www.samajalive.in
Wednesday, December 10, 2025
15.1 C
Bhubaneswar

ଅଜଣା ଜେସିବି ଧକ୍କାରେ ଗୋଡ ହରାଇଲେ ଯୁବକ

କଲମପୁର : ଲାଞ୍ଜିଗଡ ଠାରେ ଏଲଏଣ୍ଡଟି କମ୍ପାନୀରେ କାର୍ଯ୍ୟ କରୁଥିବା ଜନୈକ ଯୁବକ ନିଜ ଘରକୁ ଫେରୁଥିବା ବେଳେ ଭବାନିପାଟଣା ନକଟିଗୁଡା ନିକଟରେ ଏକ ଅଜଣା ଜେସିବି ମେସିନ ସହ ଧକ୍କା ହେବା ଯୋଗୁୂଁ ନିଜ ଗୋଡ ହରାଇଛନ୍ତି। ଏହି ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି।
ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅଧିନସ୍ଥ ପଲାସ ଗ୍ରାମର ଜନୈକ ଯୁବକ ସୁରେନ୍ଦ୍ର ବାଗ (ମାଣିକ) ୩୫, ଗତ ଶନିବାର ଦିନ ଅନ୍ୟ ଜଣେ ସାଙ୍ଗ ସହ ଲାଞ୍ଜିଗଡରୁ ଫେରୁଥିବା ବେଳେ ରାତ୍ରି ପ୍ରାୟ ୯.୩୦ ସମୟରେ ଭବାନିପାଟଣା ନକଟିଗୁଡା ନିକଟରେ ଏକ ଜେସିବି ଧକ୍କା ଦେଇଥିଲା। ଯାହା ଫଳରେ ସୁରେନ୍ଦ୍ରଙ୍କ ଡାହାଣ ଗୋଡ ଛିଣ୍ଡି ଯାଇ ଶରୀର ଠାରୁ ଅଲଗା ହେଇ ଛିଟିକି ପଡିଥିଲା। ଦୁର୍ଘଟଣା ସ୍ଥଳରେ ଛଟପଟ ହେଉଥିବା ବେଳେ ସାଥିରେ ଥିବା ସାଙ୍ଗ ଉତ୍ସବ ସୁନାନୀ ତୁରନ୍ତ ଆମ୍ବୁଲାନ୍ସକୁ ଯୋଗାଯୋଗ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । କିନ୍ତୁ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସା ସହ ଗୋଡ ହରାଇ ଏବେ ଘରକୁ ଫେରିଛି ସୁରେନ୍ଦ୍ର। ଏନେଇ ପରିବାର ଲୋକ ଭବାନିପାଟଣା ଟାଉନ ଥାନାରେ ଏକ ଏତଲା ଦେଇଛନ୍ତି । ତୁରନ୍ତ ଦୁର୍ଘଟଣା ଘଟାଇଥିବା ଜେସିବିକୁ ଚିହ୍ନଟ କରାଯାଇ ଆବଶ୍ୟକ କ୍ଷତିପୁରଣ ଯୋଗାଇ ଦେବା ପାଇଁ ସୁରେନ୍ଦ୍ରର ପରିବାର ଦାବି କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories