ଉଙ୍କୁଣି ଔଷଧ ଲଗାଇ ୨ଶିଶୁଙ୍କ ସହ ୫ଗୁରୁତର
୪ବର୍ଷର ଶିଶୁ କଟକ ସ୍ଥାନାନ୍ତର
ଆରଡି : ଭଦ୍ରକ ଜିଲା ଆରଡି ଫାଣ୍ଡି ଅଧିନସ୍ଥ ଡିହସାହି ଗାଁରେ ଗୁରୁବାର ଅପରାହ୍ଣରେ ବଜାରରୁ ଉଙ୍କୁଣି ଔଷଧ ଆଣି ୨ଜଣ ଶିଶୁଙ୍କ ସହ ଅନ୍ୟ ୩ଜଣଙ୍କୁ ପରିବାର ଲୋକ ଲଗାଇବାରୁ କିଛି କ୍ଷଣକ ମଧ୍ୟରେ ୫ଜଣ ଚେତାଶୂନ୍ୟ ହୋଇ ତଳେ ପଡିଯାଇଥିଲେ। ପରିବାର ଲୋକ ପ୍ରଥମେ ଆରଡି ମେଡିକାଲକୁ ନେଇଥିଲେ ମଧ୍ୟ କୌଣସି ଉନ୍ନତି ନଘଟିବାରୁ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ନେଇଯାଇଥିଲେ। ସେଠାରେ ୪ବର୍ଷର ସୁଶିଲ ମଲିକର ଦେହ ଅଧିକ ଖରାପ ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଅନ୍ୟ ୪ଜଣ ହେଲେ ଅନିମା ମଲିକ, ନିରୁପମା ମଲିକ, ଲକି ମଲିକ, ନେରିମା ମଲିକ । ଏବେ ଏମାନେ ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।
Comments are closed.