ବ୍ରିଟେନ୍‌ରେ ସାପ୍ତାହିକ କାର୍ଯ୍ୟ ଦିବସ ୪ ଦିନ

ଲଣ୍ଡନ: ବ୍ରିଟେନ୍‌ରେ ସାପ୍ତାହକ କାର୍ଯ୍ୟ ଦିବସ ୪ ଦିନ ହେବ। ରାଣୀ ଏଲିଜାବେଥ୍‌ଙ୍କ ଶାସନର ପ୍ଲାଟିନମ୍‌ ଜୁବୁଲି ପାଳନ ଅବସରରେ ସୋମବାରଠାରୁ ପରୀକ୍ଷାମୂଳକ ଭାବେ ପ୍ରାୟ ୭୦ଟି ସଂସ୍ଥାରେ ଏହା କାର୍ଯ୍ୟକାରୀ ହୋଇଛି । ଆସନ୍ତା ୬ ମାସ ପର୍ଯ୍ୟନ୍ତ ଏହା ଜାରି ରହିବ । କର୍ମଚାରୀଙ୍କର ଦରମା କଟାଯିବ ନାହିଁ। ପୂର୍ବରୁ ନ୍ୟୁଜିଲାଣ୍ଡ, ସ୍କଟଲାଣ୍ଡ, ଆମେରିକା ଓ କାନାଡ଼ାରେ ଏହା ଆରମ୍ଭ ହୋଇଛି । ୧୯୫୬ରେ ଆମେରିକା ଉପରାଷ୍ଟ୍ରପତି ରିଚାର୍ଡ ନିକ୍ସନ ପ୍ରଥମେ ଏଭଳି ଯୋଜନା ସପକ୍ଷରେ ମତ ଦେଇଥିଲେ।

kalyan agarbati

Comments are closed.