ଠକେଇ ଅଭିଯୋଗରେ ଜଣେ ଗିରଫ
ବେଗୁନିଆ -ବାଘମାରୀ ଥାନା ଅନ୍ତର୍ଗତ ପୋଡାଡିହ ଗ୍ରାମର ମନୋଜ ମହାନ୍ତିଙ୍କୁ ଠକେଇ ଅଭିଯୋଗରେ ପୁଲିସ ଗିରଫ କରିଛି । ଅଭିଯୁକ୍ତ ଖୋର୍ଦ୍ଧାରେ ଏକ ମୋବାଇଲ ଦୋକାନ କରିଥଲେ ।ସେ ସାମସଙ୍ଗ କମ୍ପାନୀର ମୋବାଇଲ ବିକ୍ରି କରୁଥିବାବେଳେ କମ୍ପାନୀର ୭ ଲକ୍ଷ ଟଙ୍କା ରଖି ଆଉ ଦେଇ ନଥିଲେ ।
କମ୍ପାନୀ ତାଙ୍କ ଠାରୁ ଟଙ୍କା ନପାଇ ହାରାଶ ହେବା ପରେ ସେ ତାଙ୍କ ନାମରେ ଏକ ମାମଲା ରୁଜୁ କରିଥିଲେ ।କିନ୍ତୁ ସେ କୋର୍ଟ ରେ ଧାର୍ଯ୍ୟ ତାରିଖରେ ଯୋଗ ନଦେବା ଯୋଗୁଁ ତାଙ୍କ ବିରୋଧରେ ଜାମିନୀ ବିହୀନ ପରଓ୍ୱାନା ଜାରି କରାଯାଇଥିଲା । ସେହି ୱାରେଣ୍ଟ ବଳରେ ବାଘମାରୀ ଥାନା ଏସ ଆଇ ବ୍ରହ୍ମ।ନନ୍ଦ ସ୍ୱାଇଁ ତାଙ୍କୁ ତୁଳସୀପୁରରୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।
Comments are closed.