www.samajalive.in
Sunday, December 14, 2025
15.1 C
Bhubaneswar

୧୧ ରୂପାନ୍ତରିତ ବିଦ୍ୟାଳୟ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

ଆଠଗଡ଼: ଆଠଗଡ଼ ସହରର ସରକାରୀ ବାଳିକା ହାଇସ୍କୁଲ ସମେତ ବ୍ଲକର ମୋଟ ୧୧ଟି ୫-ଟି ବିଭାଗ ଦ୍ୱାରା ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟ ସୋମବାର ସନ୍ଧ୍ୟାରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି। ଏଙି ଉପଲକ୍ଷେ ସମସ୍ତ ରୂପାନ୍ତରିତ ବିଦ୍ୟାଳୟରେ ଏଥିପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥିଲା। ରୂପାନ୍ତରିତ ବିଦ୍ୟାଳୟ ଗୁଡିକରେ ୨ଟି ଲେଖାଏଁ ସ୍ମାର୍ଟ ଶ୍ରେଣୀକକ୍ଷ, ଗୋଟିଏ ଇ-ଗ୍ରନ୍ଥାଗାର, ଗୋଟିଏ ଲେଖାଏଁ ଉନ୍ନତମାନର ବିଜ୍ଞାନାଗାର, ଖେଳପଡ଼ିଆ, ଶୌଚାଳୟ ଏବଂ ନୂତନ ରୂପରେ ଝଲସୁଥିବା ସଂପୂର୍ଣ୍ଣ ବିଦ୍ୟାଳୟ ଲୋକାର୍ପିତ ହୋଇଥିଲା। ଏହି ରୂପାନ୍ତରିକରଣ ଦ୍ୱାରା ବିଦ୍ୟାଳୟର ଶୈଖିକ ବାତାବରଣରେ ଉନ୍ନତି ହେବା ସହ ବିଦ୍ୟାଳୟ ପରିସର ଏକ ସୁସ୍ଥ ଓ ସ୍ୱଚ୍ଛ ପରିବେଶରେ ପରିଣତ ହୋଇଥିବାରୁ ଏହା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଆକର୍ଷିତ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଭାଷଣରେ କହିଥିଲେ।

ଆଠଗଡ଼ର ସମସ୍ତ ରୂପାନ୍ତରିତ ବିଦ୍ୟାଳୟରେ ଏଲସିଡି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କର ଏହି ଲୋକାର୍ପଣ କାର୍ଯ୍ୟକ୍ରମ ଓ ଭାଷଣ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ, ପରିଚାଳନା କମିଟିର କର୍ମକର୍ତ୍ତା ଓ ସଦସ୍ୟଙ୍କ ସମେତ ବହୁମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଦେଖିଥିଲେ। ଆଠଗଡ଼ ସରକାରୀ ବାଳିକା ହାଇସ୍କୁଲରେ ବରିଷ୍ଠ ଶିକ୍ଷୟିତ୍ରୀ ମଧୁଲିତା ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନଗରପାଳ ସସ୍ମିତା ରାଉତ, ପୂର୍ବତନ ନଗରପାଳ ସୁବର୍ଣ୍ଣ ମଞ୍ଜରୀ ଭଞ୍ଜ ଓ ସୁଚିତ୍ରା ସାହୁ, ପରିଚାଳନା କମିଟି ସଭାପତି ସରୋଜ ପଟ୍ଟନାୟକ, ମୋ ସ୍କୁଲ ଅଭିଯାନ କମିଟି ସଦସ୍ୟ କଳ୍ପଲତା ଦାଶ, ସ୍ୱର୍ଣ୍ଣଲତା ରଥ, ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ କୁମୁଦିନି ପଣ୍ଡା, ଅର୍ଚ୍ଚନା ନନ୍ଦ, ପୂର୍ବତନ ଶିକ୍ଷୟିତ୍ରୀ ହେମାଙ୍ଗିନୀ ସାହୁ, ବିଜୟିନୀ ମହାନ୍ତିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

- Advertisement -

ଆଠଗଡ଼ ବ୍ଲକର ଲୋକାର୍ପିତ ହୋଇଥିବା ଅନ୍ୟ ରୂପାନ୍ତରିତ ବିଦ୍ୟାଳୟ ଗୁଡିକ ହେଲା ସମସରପୁରସ୍ଥିତ ସାବିତ୍ରୀରଥ ବିଦ୍ୟାପୀଠ, ଅରଖପାଟଣାସ୍ଥିତ ଲୋକନାଥ ବିଦ୍ୟାପୀଠ, ଜୋରନ୍ଦାସ୍ଥିତ ଏମଏସଏସ ବିଦ୍ୟାପୀଠ, ଜେନାପଦା ନୋଡାଲ ହାଇସ୍କୁଲ, ଖୁଣ୍ଟକଟା ନୋଡାଲ ହାଇସ୍କୁଲ, ଖୁଣ୍ଟୁଣୀର ରାଧାନାଥ ବିଦ୍ୟାପୀଠ, ଗୁରୁଡ଼ିଝାଟିଆର କବିଚନ୍ଦ୍ର ଭୁବନେଶ୍ୱର ହାଇସ୍କୁଲ, କୁମାରପୁର ନୋଡାଲ ହାଇସ୍କୁଲ, ପାଟେଣୀଗାଁସ୍ଥିତ ସର୍ପେଶ୍ୱର ବିଦ୍ୟାପୀଠ, ବେଣ୍ଟପଦା ହାଇସ୍କୁଲ ପ୍ରଭୃତି ଅନ୍ତର୍ଭୁକ୍ତ। ଏହି ସମସ୍ତ ହାଇସ୍କୁଲରେ ଆଜିର ଲୋକାର୍ପଣ କାର୍ଯ୍ୟକ୍ରମ ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories