www.samajalive.in
Sunday, December 14, 2025
23.1 C
Bhubaneswar

ଆବାସ ଯୋଜନା ଦୁର୍ନିତୀର ଭିଜିଲାନ୍ସ ତଦନ୍ତ ଦାବି କଲା କଂଗ୍ରେସ

ପିପିଲି:ପିପିଲି ବ୍ଲକରେ ଆବାସ ଯୋଜନା ସମେତ ଅନ୍ୟାନ୍ୟ ସାମାଜିକ ସୁରକ୍ଷା ଯୋଜନାରେ ବ୍ୟାପକ ଦୁର୍ନିତୀ ହୋଇଥିବା ନେଇ କଂଗ୍ରେସ ଅଭିଯୋଗ କରିବା ସହ ଏହାର ଭିଜିଲାନ୍ସ ତଦନ୍ତ ଦାବି କରିଛି। ସ୍ଥାନୀୟ କଂଗ୍ରେସ ନେତା ତଥା ରାଜ୍ୟ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଏନେଇ ମଙ୍ଗଳବାର ପିପିଲି ବିଡିଓଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି।
କଂଗ୍ରେସର ଅଭିଯୋଗ ଅନୁଯାଇ, ପିପିଲି ବ୍ଲକରେ ଆବାସ ଯୋଜନାରେ ହିତାଧିକାରୀ ଚୟନ, ମନୋନୟନ ଓ ଗୃହ ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଛି। ଅନେକ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରୁ ବଞ୍ôଚତ ହୋଇଥିବା ବେଳେ ସବୁ ଥିବା ଲୋକେ ଘର ହାତେଇ ନେଇଛନ୍ତି। ଏପରିକି ଜଣେ ଜଣେ ଦୁଇଟି ଆବାସ ଯୋଜନା ପାଇଛନ୍ତି। କେତେକ ହିତାଧିକାରୀ ଗୃହନିର୍ମାଣ ନକରି ସମସ୍ତ ଟଙ୍କା ଉଠାଇ ନେବାରେ ସକ୍ଷମ ହୋଇଛନ୍ତି। ଏନେଇ ନିଶିକାନ୍ତ ମିଶ୍ର ଗଣମାଧ୍ୟମକୁ କହିଛନ୍ତି ଯେ, ହାଟସାହି ଗ୍ରାମପଞ୍ଚାୟତର ନିର୍ଦ୍ଦିଷ୍ଟ କେତେକ ଗ୍ରାମରେ ଆବାସ ଯୋଜନାରେ ଲାଭାନ୍ୱିତ ହୋଇଥିବା ହିତାଧିକାରୀଙ୍କ ସଂପର୍କରେ ବ୍ଳକ କାର୍ଯ୍ୟାଳୟରୁ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଏହି ଦୁର୍ନିତୀ ଓ ଅନିୟମିତତା ହୋଇଥିବା ଜଣାପଡିଛି। ତେଣୁ ସମଗ୍ର ପିପିଲି ବ୍ଲକରେ ଆବାସ ଯୋଜନାରେ ହୋଇଥିବା ଦୁର୍ନିତୀର ଭିଜିଲାନ୍ସ ତଦନ୍ତ କରାଯିବାକୁ ଶ୍ରୀମିଶ୍ର ଦାବି କରିଛନ୍ତି। ସେହିପରି ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ଓ ବାର୍ଦ୍ଧକ୍ୟ ଭତ୍ତା ମିଳୁନଥିବା ସଂପର୍କରେ କଂଗ୍ରେସ କର୍ମୀମାନେ ଅଭିଯୋଗ କରିଥିବା ବେଳେ ଏହା ଉପରେ ତଦନ୍ତ କରାଯିବ ବୋଲି ବିଡିଓ ରଶ୍ମିତା ନାଥ କହିଥିଲେ। ଏ ସଂପର୍କିତ ଏକ ଅଭିଯୋଗ ପତ୍ରକୁ ବିଡିଓଙ୍କୁ ପ୍ରଦାନ କରାଯାଇଥିଲା।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories