www.samajalive.in
Monday, December 15, 2025
15.1 C
Bhubaneswar

୧୫ ଦିନିଆ ଶିଶୁଶ୍ରମ ଉଚ୍ଛେଦ ସଚେତନତା କାର୍ଯ୍ୟକ୍ରମ ଶିଶୁଶ୍ରମ ବିରୋଧରେ ପଦଯାତ୍ରା

ଭୁବନେଶ୍ୱର: ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ତରଫରୁ ମଇ ୨୯ ତାରିଖ ୨୦୨୨ରୁ ଆରମ୍ଭ ହୋଇଥିବା ୧୫ ଦିନିଆ ଶିଶୁଶ୍ରମ ଉଚ୍ଛେଦ ସଚେତନତା କାର୍ଯ୍ୟକ୍ରମର ଅଂଶ ଭାବରେ ଶିଶୁଶ୍ରମ ବିରୋଧରେ ଏକ ପଦଯାତ୍ରା ଆଜି ସକାଳ ୮ ଘଟିକା ସମୟରେ ସ୍ଥାନୀୟ ରାମମନ୍ଦିର ଛକରୁ ମାଷ୍ଟରକାଣ୍ଟିନ୍‌ ଛକ ପର୍ଯ୍ୟନ୍ତ ଉଦ୍‌ଘାଟିତ ହୋଇଛି । ଏହି ପଦଯାତ୍ରାରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଏନ୍‌ଏସ୍‌ଏସ୍‌ ସେ୍ୱଚ୍ଛାସେବୀ, ବିଭିନ୍ନ ସାମାଜିକ ସଂଗଠନର ପ୍ରତିନିଧି, ବିଶିଷ୍ଟ ସିନେତାରକାଙ୍କ ସହିତ କର୍ମକର୍ତ୍ତା ମଧ୍ୟ ସାମିଲ ହୋଇଥିଲେ ।
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାକୁ ଏକ ଶିଶୁଶ୍ରମମୁକ୍ତ ରାଜ୍ୟ କରିବା ନିମନ୍ତେ ରାଜ୍ୟ ଓ ଜିଲ୍ଲାସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି । ଏହା ଅନ୍ତର୍ଗତ ଶିଶୁ ଓ କିଶୋର ଶ୍ରମ (ନିଷେଧ ଓ ନିୟନ୍ତ୍ରଣ) ଆଇନ, ୧୯୮୬କୁ କଡ଼ାକଡ଼ି ଭାବରେ ପାଳନ କରିବା ସହ ଶିଶୁଶ୍ରମ ନିରାକରଣ ସଚେତନତା ରଥ, ରାଲି ଏବଂ ଜିଲ୍ଲାସ୍ତରରେ କର୍ମଶାଳାମାନ ଆୟୋଜନ କରାଯାଉଛି । ଆଜି ରାମମନ୍ଦିର ଛକରୁ ମାଷ୍ଟରକାଣ୍ଟିନ୍‌ ଛକ ପର୍ଯ୍ୟନ୍ତ ହୋଇଥିବା ଏହି ପଦଯାତ୍ରାରେ ଶିଶୁ ଶ୍ରମ ଆଇନ ସଂପର୍କିତ ଦଣ୍ଡବିଧାନ ସହ ଶିଶୁଶ୍ରମିକମାନଙ୍କର ଉଦ୍ଧାର ଓ ଥଇଥାନ ସଂପର୍କିତ ସଚେତନତା ପୁସ୍ତିକା ବଣ୍ଟନ କରାଯାଇଥିଲା ।

ମାଷ୍ଟରକାଣ୍ଟିନ୍‌ ଛକରେ ଏହି ପଦଯାତ୍ରା ପହଞ୍ଚିବା ପରେ ଶିଶୁଶ୍ରମକୁ ସମାଜରୁ ଉଚ୍ଛେଦ କରି ରାଜ୍ୟକୁ ଏକ ଶିଶୁଶ୍ରମମୁକ୍ତ ରାଜ୍ୟ ଭାବରେ ଗଢ଼ିତୋଳିବା ପାଇଁ ବିଭିନ୍ନ ବିଷୟ ଉପରେ ଏକ ସଂକ୍ଷିପ୍ତ ଆଲୋଚନା କରାଯାଇଥିଲା । ଏହାପରେ ପଦଯାତ୍ରାରେ ସାମିଲ ହୋଇଥିବା ସମସ୍ତ ଅତିଥି ଓ ଅଂଶଗ୍ରହଣକାରୀ ଏକ ଦସ୍ତଖତ ଅଭିଯାନରେ ସାମିଲ ହୋଇଥିଲେ ଏବଂ ବିଭିନ୍ନ ବାର୍ତ୍ତାକୁ ଲିପିବଦ୍ଧ କରାଇଥିଲେ ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ଶ୍ରମ କମିଶନର ଡ. ଏନ୍‌. ତିରୁମଲା ନାୟକ, ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ, ବିଶିଷ୍ଟ ସିନେତାରକା ଶ୍ରୀ ସବ୍ୟସାଚୀ ମିଶ୍ର ଓ ଶ୍ରୀମତୀ ଅର୍ଚ୍ଚିତା ସାହୁ, ବିଶ୍ୱବିଦ୍ୟାଳୟ ଏନ୍‌ଏସ୍‌ଏସ୍‌ ସେ୍ୱଚ୍ଛାସେବୀ, ସୋଆ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ପିକକ୍‌, ଏଡ୍‌.ଏଟ୍‌ ଆକ୍ସନ, ଆଇ.ଜେ.ଏମ୍‌, ସୋଆ ରେଡ଼ିଓ ଏବଂ ସି.ଏ.ସି.ଏଲ୍‌ର ପ୍ରତିନିଧିମାନଙ୍କ ସହ ଶ୍ରମ ନିର୍ଦ୍ଦେଶାଳୟର ବରିଷ୍ଠ ପଦାଧିକାରୀ ଓ କର୍ମକର୍ତ୍ତା ଯୋଗଦେଇଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories