ସାହାରପଡା ଅଞ୍ଚଳରେ କାଳ ବୈଶାଖୀର ତାଣ୍ଡବ, ବ୍ୟାପକ କ୍ଷୟକ୍ଷତି
ପାଟଣା: ମଙ୍ଗଳବାର ଅପରାହ୍ନରେ କାଳ ବୈଶାଖୀ ପବନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି । କେନ୍ଦୁଝର ଜିଲା ସାହାରପଡା ଅଞ୍ଚଳରେ ଦୀର୍ଘ ଦିନ ଧରି ଅନାବୃଷ୍ଟି ଲାଗି ରହିଥିବା ବେଳେ ଅପରାହ୍ନରେ କାଳ ବୈଶାଖୀ ଯୋଗୁଁ ପବନ ଏବଂ ବର୍ଷା ହେବାରୁ ବହୁ ଲୋକଙ୍କ ଘର ଉପରେ ଗଛ ଏବଂ ଡ଼ାଳ ପଡ଼ି ବହୁତ କ୍ଷୟକ୍ଷତି ଘଟିଛି। ତେବେ ରାଇଡିହା ପଞ୍ଚାୟତର ଆଖପାଖ ଗାଁ ଗୁଡିକରେ ବିଶେଷ କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ରାଇଡିହା ଗ୍ରାମର ରାଜୁ ନାଏକ ଏବଂ କଟୁପଡ଼ା ଗ୍ରାମର ହରେକୃଷ୍ଣ ମହାନ୍ତ, କୃପାସିନ୍ଧୁ ମହାନ୍ତଙ୍କ ଘର ଉପରେ ଗଛ ଡାଳ ପଡ଼ି ଭାଙ୍ଗି ଯିବାରୁ ଘର ଭିତରେ ଥିବା ଆସବାଵ ପତ୍ର ନଷ୍ଟ ହୋଇଥିବା ବେଳେ ବହୁ ଲୋକଙ୍କ ଛପର ଉଡାଇ ନେଇଛି। ସେପଟେ ରାସ୍ତା ଉପରେ ଗଛ ଏବଂ ଡାଳ ପଡିଥିବାରୁ ଯାତାୟତ ପାଇଁ ବାଧାପ୍ରାପ୍ତ ଘଟିଛି ଏବଂ ବିଦ୍ୟୁତ ତାର ମଧ୍ୟ୍ୟ ଛିଣ୍ଡି ଥିବା ସୂଚନା ମିଳିଛି। ତେବେ ଏଥିପ୍ରତି ସ୍ଥାନୀୟ ସରପଞ୍ଚ ଏବଂ ସ୍ଥାନୀୟ ରାଜସ୍ବ ଅଧିକାରୀ ଦୃଷ୍ଟି ଦେଇ କ୍ଷତି ଗ୍ରସ୍ତଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ମତ ପ୍ରକାଶ ପାଇଛି।
Comments are closed.