କନ୍ଦରପୁର ସ୍କୁଲକୁ ପ୍ରକୃତି ମିତ୍ର ପୁରସ୍କାର
ଆଠଗଡ : ଆଠଗଡ ବ୍ଲକର କନ୍ଦରପୁରସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ଅନୁଷ୍ଠାନକୁ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ରବିବାର ବିଶ୍ୱ ପରିବେଶ ଦିବସ ଅବସରେର ଭୁବନେଶ୍ୱରସ୍ଥିତ ରବିନ୍ଦ୍ର ମଣ୍ଡପଠାରେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ କନ୍ଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପର୍ଶୁରାମ ବେହେରା ଏହି ପୁରସ୍କାର ଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ମୋନା ଶର୍ମା, ନିର୍ଦ୍ଦେଶକ ସୁଶାନ୍ତ ନନ୍ଦ ଓ ଜୈବ ବିବିଧତା ବୋର୍ଡର ଅଧ୍ୟକ୍ଷ ରାଜୀବ କୁମାର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ପୁରସ୍କାର ପ୍ରଦାନ କରିଥିଲେ । କନ୍ଦରପୁର ସ୍କୁଲ ପ୍ରକୃତି ମିତ୍ର ପୁରସ୍କାର ପାଇଥିବାରୁ ମଣ୍ଡଳ ଶିକ୍ଷାଧିକାରୀ ବିଜୟଲକ୍ଷ୍ମୀ ସାମଲ ଓ କନ୍ଦରପୁର ଗ୍ରାମବାସୀ ପ୍ରଧାନଶିକ୍ଷକ ଶ୍ରୀ ବେହେରା ଓ ଅନ୍ୟ ଶିକ୍ଷକ- ଶିକ୍ଷୟିତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହିତ ଏହା ଅନ୍ୟ ବିଦ୍ୟାଳୟଗୁଡିକୁ ପରିବେଶ ସୁରକ୍ଷା ଦିଗରେ ପ୍ରେରଣା ଯୋଗାଇବ ବୋଲି ମତବ୍ୟକ୍ତ କରିଥିଲେ।
Comments are closed.