ଆଲୋଚନାରେ ‘କୋଟିଆ’ ସମାଧାନ

କୋରାପୁଟ: କୋଟିଆ ସୀମା ବିବାଦ ଓ ପୋଲାଭରମ ସମସ୍ୟାର ସମାଧାନ ନେଇ ଆନ୍ଧ୍ର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ ରାଜାନ୍ନାଦୋରା ପୀଡ଼ିକାଙ୍କୁ ପିପୁଲ୍ସ ଏଗେନେଷ୍ଟ ପୋଲାଭରମ ପ୍ରୋଜେକ୍ଟ ‘ପାପ୍‌’ ସଙ୍ଗଠନର ଜାତୀୟ କମିଟି ଅଧ୍ୟକ୍ଷ ପ୍ରଭାକର ହନ୍ତାଳ ସୌଜନ୍ୟମୂଳକ ଭାବେ ସାକ୍ଷାତ କରି ଆଲୋଚନା କରିଛନ୍ତି। ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସହ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଉତ୍ତମ ସମ୍ପର୍କ ଥିବାରୁ ଆଲୋଚନା ମାଧ୍ୟମରେ ସବୁ ବିବାଦର ସମାଧାନ ହୋଇପାରିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ଦୋରା କହିଛନ୍ତି। କୋଟିଆ ପ୍ରସଙ୍ଗରେ ଆଲୋଚନା ସମୟରେ ୧୯୪୫ ମସିହାରେ ତତ୍‌କାଳୀନ ବ୍ରିଟିଶ ସରକାରଙ୍କ ଦ୍ୱାରା ପ୍ରସ୍ତୁତ କୋରାପୁଟର ଏକ ମାନଚିତ୍ରକୁ ‘ପାପ୍‌’ ଅଧ୍ୟକ୍ଷ ଶ୍ରୀ ହନ୍ତାଳ ଶ୍ରୀ ଦୋରାଙ୍କୁ ପ୍ରଦାନ କରିଥିଲେ। ଉକ୍ତ ମାନଚିତ୍ରରେ କୋଟିଆର ବିବାଦୀୟ ଗ୍ରାମଗୁଡିକ କୋରାପୁଟ ଜିଲା ଅଧୀନରେ ରହିଛି।

kalyan agarbati

Comments are closed.