www.samajalive.in
Sunday, December 7, 2025
13.1 C
Bhubaneswar

ୟୁପିରେ ‘ସମ୍ରାଟ ପୃଥ୍ବୀରାଜ’ ଟିକସମୁକ୍ତ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ଲକ୍ଷ୍ନୌର ଲୋକଭବନରେ ‘ସମ୍ରାଟ ପୃଥ୍ବୀରାଜ’ ଚଳଚ୍ଚିତ୍ର ଦେଖିବା ପରେ ଏହାକୁ ଟିକସମୁକ୍ତ କରିବାକୁ ଘୋଷଣା କରିଛନ୍ତି। ଏହି ଚଳଚ୍ଚିତ୍ର ଲୋକଙ୍କୁ ଭାରତର ଇତିହାସ ବିଷୟରେ ଅବଗତ କରାଇବ ବୋଲି ଯୋଗୀ କହିଛନ୍ତି।

ଗୁରୁବାର ଲୋକଭବନରେ ଏହି ଚଳଚ୍ଚିତ୍ରର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଅନୁଷ୍ଠିତ ହୋଇଛି, ଯେଉଁଥିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ କ୍ୟାବିନେଟ ସହକର୍ମୀମାନଙ୍କ ସହ ଏହି ଫିଲ୍ମକୁ ଦେଖିଛନ୍ତି ଓ ପ୍ରଶଂସା ମଧ୍ୟ କରିଛନ୍ତି। ଏହି ଅବସରରେ ଅଭିନେତା ଅକ୍ଷୟ କୁମାର ଫିଲ୍ମର ସମସ୍ତ କଳାକାର ଓ ନିର୍ମାତାଙ୍କ ସହ ଉପସ୍ଥିତ ଥିଲେ। ସାମାଜିକ ଗଣମାଧ୍ୟମରେ ଏହି ଚଳଚ୍ଚିତ୍ରକୁ ଖୁବ୍ ପ୍ରଶଂସା କରାଯାଉଛି। ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ମନ୍ତ୍ରୀମଣ୍ଡଳ ସହକର୍ମୀଙ୍କ ସହ ଦିଲ୍ଲୀରେ ‘ସମ୍ରାଟ ପୃଥ୍ବୀରାଜ’ ଦେଖିଛନ୍ତି। ସେ ଏହି ଚଳଚ୍ଚିତ୍ର ଓ ଅଭିନେତା ଅକ୍ଷୟ କୁମାରଙ୍କ ପ୍ରଶଂସା କରିଥିଲେ। ​‌ଏଥିପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ସ୍କ୍ରିନିଂ ରଖାଯାଇଥିଲା।

- Advertisement -

ଉଲ୍ଲେଖଯୋଗ୍ୟ, ‘ସମ୍ରାଟ ପୃଥ୍ବୀରାଜ’ ଶୁକ୍ରବାର ମୁକ୍ତିଲାଭ କରିବ। ଏହି ଫିଲ୍ମକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories