www.samajalive.in
Monday, December 15, 2025
14.1 C
Bhubaneswar

ବ୍ଲେଡ୍‌ ଡିଜାଇନକୁ ନେଇ ରୋଚକ ତଥ୍ୟ..

କ୍ଷୌର ହେବାଠାରୁ ଅନ୍ୟାନ୍ୟ ବିଭିନ୍ନ କାର୍ୟ୍ୟ ଲାଗି ବ୍ଲେଡ୍‌ ବ୍ୟବହାର କରାଯାଏ। ହେଲେ, ଯେଉଁ କମ୍ପାନୀର ବ୍ଲେଡ୍‌ ହୋଇଥିଲେ ସୁଦ୍ଧା ସେଥିରେ ସମାନ ପ୍ରକାରର ଏକ ଡିଜାଇନ୍‌ ରହିଥିବା କୌତୂହଳ ସୃଷ୍ଟି କରେ। କିନ୍ତୁ ଏହାର ଏକ ବିଶେଷ କାରଣ ରହିଛି।

ଜିଲେଟ୍‌ କମ୍ପାନୀର ପ୍ରତିଷ୍ଠାତା କିଙ୍ଗ୍‌ କ୍ୟାମ୍ପ ଜିଲେଟ୍‌ ୧୮୯୦ ମସିହାରେ ବୋତଲର ଠିପି ପ୍ରସ୍ତୁତ କରୁଥିବା ଏକ କମ୍ପାନୀରେ ସେଲ୍‌ସମ୍ୟାନ୍‌ ଥିଲେ। ଚାକିରି ସମୟରେ ସେ ଦେଖିଲେ ଯେ ଲୋକେ ବ୍ୟବହାର କରିବା ପରେ ଠିପି ଫିଙ୍ଗି ଦେଉଛନ୍ତି। ଏହି ଛୋଟ ଜିନିଷଟିକୁ ନେଇ ଏତେବଡ କମ୍ପାନୀ ପରିଚାଳିତ ହେଉଛି।

- Advertisement -

ତେଣୁ ସେ ମଧ୍ୟ ଏପରି କିଛି ଜିନିଷ ପ୍ରସ୍ତୁତ କରିବାକୁ ଚିନ୍ତା କଲେ ଯାହା ଶସ୍ତା କିନ୍ତୁ ଉପଯୋଗୀ ହୋଇଥିବ ଏବଂ ଲୋକେ ବ୍ୟବହାର କରିବା ପରେ ଫିଙ୍ଗି ଦେଇପାରୁଥିବେ। ସେହି ସମୟରେ ଲୋକେ କ୍ଷୌର ହେବା ଲାଗି ଖୁର ବ୍ୟବହାର କରୁଥିଲେ। ହେଲେ ଏହା ଖୁବ୍‌ ବିପଜ୍ଜନକ ଥିବାରୁ ସାବଧାନତାରେ କ୍ଷୌର ହେବା ଲାଗି ବହୁତ ସମୟ ଲାଗୁଥିଲା। ତେଣୁ ଏହାର ବିକଳ୍ପ ଖୋଜିବା ଆରମ୍ଭ କଲେ କିଙ୍ଗ୍‌ କ୍ୟାମ୍ପ ଜିଲେଟ୍‌।

୧୯୦୧ ମସିହାରେ ନିଜ ସହଯୋଗୀ ୱିଲିୟମ ନିକର୍ସନ୍‌ଙ୍କ ସହ ମିଶି ସେ ବ୍ଲେଡ୍‌ ଡିଜାଇନ୍‌ କରିଥିଲେ। ସେହି ସମୟରେ ବି ବ୍ଲେଡ୍‌ର ରୂପ ଏହିଭଳି ଥିଲା। କିଙ୍ଗ୍‌ କ୍ୟାମ୍ପ ଜିଲେଟ୍‌ ଏହି ଡିଜାଇନ୍‌ ପ୍ରସ୍ତୁତ କରିବା ପରେ ୧୯୦୪ ମସିହାରେ ଏହାର ତିଆରି ଆରମ୍ଭ କଲେ।

୧୯୦୧ ମସିହାରେ ଜିଲେଟ୍‌ ଏକମାତ୍ର କମ୍ପାନୀ ଭାବେ ରେଜର୍‌ ଓ ବ୍ଲେଡ୍‌ ତିଆରି କରୁଥିଲା। ସେତେବେଳେ ରେଜରରେ ବୋଲ୍‌ଟ ଦ୍ୱାରା ବ୍ଲେଡ୍‌କୁ ଖଞ୍ଜିବାକୁ ହେଉଥିଲା। ତେଣୁ ଏଭଳି ଡିଜାଇନ୍‌ କରାଗଲା। ସର୍ବପ୍ରଥମେ ଜିଲେଟ୍‌ ପକ୍ଷରୁ ବ୍ଲୁ ଜିଲେଟ୍‌ ନାମକ ବ୍ଲେଡ୍‌ ଉତ୍ପାଦନ କରାଯାଇଥିଲା।

୧୯୦୪ରେ ପ୍ରଥମ ଥର ପାଇଁ ୧୬୫ଟି ବ୍ଲେଡ୍‌ ତିଆରି କରାଗଲା। ପରେ ଅନ୍ୟ କମ୍ପାନୀମାନେ ବ୍ଳେଡ୍‌ ତିଆରି କଲେ ବି ରେଜର କେବଳ ଜିଲେଟ୍‌ କମ୍ପାନୀ ପ୍ରସ୍ତୁତ କରୁଥିବାରୁ ବ୍ଲେଡ୍‌ର ସେହି ସମାନ ଡିଜାଇନ୍‌ କପି କରିବାକୁ ବାଧ୍ୟ ହୋଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories