www.samajalive.in
Sunday, December 14, 2025
26.1 C
Bhubaneswar

ପଥଚାରୀଙ୍କ ସୁରକ୍ଷା ପାଇଁ ସ୍ମାର୍ଟ ରାସ୍ତା

ରାସ୍ତାରେ ଯାଉଥିବାବେଳେ ପଥଚାରୀମାନେ ବିଶେଷକରି ବେଶି ସମସ୍ୟାରେ ପଡିଥାନ୍ତି। କାରଣ, ଯାଉଥିବା ଅନ୍ୟ ଗାଡିମଟର ନିଜ ବେଗ ବଜାୟ ରଖି ସେମାନଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେଉ ନ ଥିବା ସ୍ପଷ୍ଟ ଜଣାପଡେ। ଏବେ ଏହି ପଥଚାରୀମାନଙ୍କ ସୁରକ୍ଷା ଲାଗି ଲଣ୍ଡନସ୍ଥିତ ସଫ୍ଟୱେର ଡିଜାଇନ୍‌ କମ୍ପାନୀ ଅମ୍ବ୍ରେଲିୟମ୍‌ ଏକ ସ୍ୱତନ୍ତ୍ର ‘ଷ୍ଟାର୍ଲିଙ୍ଗ କ୍ରସିଙ୍ଗ’ ପ୍ରସ୍ତୁତ କରିଛି। ଏହି ଷ୍ଟିଗ୍‌ମର୍ଜିକ ଆଡପ୍ଟିଭ୍‌ ରେସ୍‌ପନସିଭ ଲର୍ଣ୍ଣିଙ୍ଗ (ଷ୍ଟାର୍ଲିଙ୍ଗ) ବ୍ୟବସ୍ଥାରେ ରାସ୍ତା ଅତିକ୍ରମ ଲାଗି ଉଦ୍ଦିଷ୍ଟ ସ୍ଥାନ କ୍ୟାମେରା ଦୃଷ୍ଟିରେ ରହିଥାଏ ଏବଂ କମ୍ପ୍ୟୁଟର ଦ୍ୱାରା ନିୟନ୍ତ୍ରିତ ହେଉଥିବା ଏଲ୍‌ଇଡି ସତର୍କ କରେ। ଏଠାରେ କ୍ୟାମେରା ଉଭୟ ଦିନ ଏବଂ ରାତିରେ ସମସ୍ତ କୋଣରୁ ରାସ୍ତାକୁ ଅନୁଧ୍ୟାନ କରିପାରେ। ଏହି ବ୍ୟବସ୍ଥା ଟ୍ରାଫିକ ସ୍ଥିତିକୁ ପରଖି ପଥଚାରୀମାନଙ୍କ ରାସ୍ତା ଅତିକ୍ରମ କରିବା ସ୍ଥାନକୁ ସେହି ଅନୁସାରେ ପ୍ରଦର୍ଶନ କରିଥାଏ। ଯଦି ପଥଚାରୀମାନଙ୍କ ସଂଖ୍ୟା ଅଧିକ ଥାଏ ତେବେ ଷ୍ଟାର୍ଲିଙ୍ଗ ବ୍ୟବସ୍ଥା ସେମାନଙ୍କ ପାଇଁ ଚିହ୍ନଟ ରାସ୍ତାକୁ ଆଉ ଟିକେ ଅଧିକ ପ୍ରଶସ୍ତ କରି ଟ୍ରାଫିକ ନିୟନ୍ତ୍ରଣ କରିପାରେ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories