ବିଧାୟକଙ୍କ କରକମଳରେ ଭିିତ୍ତିପ୍ରସ୍ତର ସ୍ଥାପନ
ଯାଜପୁର: ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ କରକମଳରେ ମଙ୍ଗଳବାର ରାଜ୍ୟ ସରକାରଙ୍କ ଯୋଜନା ଅନ୍ତର୍ଭୁକ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ପାଣ୍ଠିରୁ ୬କୋଟି ୪ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଧର୍ମଶାଳା ବ୍ଲକର ଶାନ୍ତିବଜାରଠାରୁ ଅବଦନ ରାସ୍ତାର ଭିିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶୁଭ ଦେଇଥିବା ବେଳେ ସମ୍ମାନୀତ ଅତିଥିଭାବେ ଧର୍ମଶାଳା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ, ସହକାରୀ ଯନ୍ତ୍ରୀ ସୌମ୍ୟରଞ୍ଜନ ଦ୍ୱିବେଦୀ, ୧୩ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ସ୍ମୃତିରେଖା ବେହେରା, ୧୪ନଂ ଜିଲ୍ଲା ପରିଷଦ ସଭ୍ୟ ଜଳଧର ମହାନ୍ତି ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜାରକା ପଞ୍ଚାୟତର ସରପଞ୍ଚ ସୁଦାମ ବେହେରା, ଚୋରମୁହାଁ ସମିତିସଭ୍ୟ ପ୍ରିୟବ୍ରତ ପ୍ରଧାନ, ବଡକାଏମା ସରପଞ୍ଚଙ୍କ ପ୍ରତିନିଧି ଧନେଶ୍ୱର ମହାନ୍ତି, ଉରପ୍ରତାପ ସମିତିସଭ୍ୟ କ୍ଷିରାବ୍ଧୀ ତନୟା ମଲ୍ଲିକ୍, ଭବାନୀପୁର ସରପଞ୍ଚଙ୍କ ପ୍ରତିନିଧି ଅକ୍ଷୟ ମହାନ୍ତି, ଅଭୟପୁର ସରପଞ୍ଚଙ୍କ ପ୍ରତିନିଧି ପ୍ରଶାନ୍ତ ଗନ୍ତାୟତ, ଜାରକା ସମିତିସଭ୍ୟଙ୍କ ପ୍ରତିନିଧି କାଳନ୍ଦୀ ସାହୁ, ବିଧାୟକଙ୍କ ପ୍ରତିନିଧି ନିର୍ମଳ ଚନ୍ଦ୍ର ପ୍ରଧାନ, ଯୁବ ବିଜେଡି ସଭାପତି କ୍ଷିତିଶ କୁମାର ନାୟକ, ଜଳଧର ସାହୁ, ଜୋନ୍ କେର୍ଡିନେଟର ମଦନ ମୋହନ ନାୟକ, ମହିଳା ସଭାନେତ୍ରୀ ବିଶ୍ୱ ବନ୍ଦନା ଜେନା, ଜିଲା ଛାତ୍ର ବିଜେଡି ସଭାପତି ସୌମ୍ୟପ୍ରକାଶ ବିଶ୍ୱାଳ ଏବଂ ଭବାନୀପୁର ଗ୍ରାମପଞ୍ଚାୟତର ଶରତ ନାୟକ ଉପସ୍ଥିତ ଥିଲେ।
Comments are closed.