www.samajalive.in
Wednesday, December 10, 2025
15.1 C
Bhubaneswar

ନେପାଳ ବିମାନ ଦୁର୍ଘଟଣା: ସମସ୍ତ ୨୨ ଯାତ୍ରୀଙ୍କ ମୃତ୍ୟୁ ଆଶଙ୍କା, ୧୬ ମୃତଦେହ ଉଦ୍ଧାର

କାଠମାଣ୍ଡୁ: ନେପାଳରେ ନିଖୋଜ ହୋଇଥିବା ତାରା ଏୟାରଲାଇନ୍ସର ବିମାନ ୯ NAETର ସନ୍ଧାନ ମିଳିବା​‌ ପରେ ଏଥିରେ ଥିବା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ନେପାଳ ଗୃହ ମନ୍ତ୍ରଣାଳୟ ମୁଖପାତ୍ର ଫଣିନ୍ଦ୍ର ମଣି ପୋଖରେଲ ସୋମବାର କହିଛନ୍ତି ଯେ, ଏହି ବିମାନରେ ମୋଟ୍‌ ୨୨ ଜଣ ଯାତ୍ରୀ ଥିବାବେଳେ ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଦୁର୍ଘଟଣାରେ କୌଣସି ଯାତ୍ରୀ ବଞ୍ଚିଥିବାର କୌଣସି ସମ୍ଭାବନା ନାହିଁ। ତେବେ ସରକାରୀ ବିବୃତ୍ତି ପରେ ପ୍ରକାଶ ପାଇବ। ନେପାଳର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ସୂଚନା ଅନୁଯାୟୀ, ଘଟଣାସ୍ଥଳରେ ଉପସ୍ଥିତ ଥିବା ଅଧିକାରୀମାନେ ବର୍ତ୍ତମାନ ସୁଦ୍ଧା ୧୬ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ପୁଲିସର ସୂଚନାନୁସାରେ, ମୃତଦେହଗୁଡ଼ିକର ଅବସ୍ଥା ଏତେ ଖରାପ ଯେ ସେମାନଙ୍କୁ ଚିହ୍ନିବା କଷ୍ଟକର।

ସୂଚନାଥାଉ କି ଗତକାଲି ନେପାଳରେ ବିମାନ ତାରା ୯NAET ଉଡାଣର ଏକ ଘଣ୍ଟା ପରେ ନିଖୋଜ ହୋଇଯାଇଥିଲା। ନେପାଳର ପୋଖରାରୁ ଜୋମସୋମ ଅଭିମୁଖେ ଯାଉଥିବା ତାରା ୯NAET ସକାଳ ୯ଟା ୫୫ରେ ଉଡାଣ ଭରିଥିଲା । ବିମାନଟିରେ ମୋଟ୍‌ ୨୨ଜଣ ଯାତ୍ରୀ ଥିବା ବେଳେ ସେମାନଙ୍କ ମଧ୍ୟରେ ୪ ଭାରତୀୟ, ୩ ଜର୍ମାନ ଏବଂ ଅବଶିଷ୍ଟ ନେପାଳୀ ଯାତ୍ରୀ ଥିଲେ। ପରେ ସମସ୍ତ ୪ଭାରତୀୟ ଭୁବନେଶ୍ୱରର ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାପଡ଼ିଥିଲା।

- Advertisement -

 

 

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories