www.samajalive.in
Wednesday, December 10, 2025
15.1 C
Bhubaneswar

କ୍ବାଲିଫାୟର-୨ରେ ଆଜି ରାଜସ୍ଥାନ-ଆର୍‌ସିବି ଲଢ଼େଇ

ଅହମ୍ମଦାବାଦ : ରବିବାର ଚଳିତ ଆଇପିଏଲ୍‌ର ଫାଇନାଲରେ ଗୁଜରାଟ ଟାଇଟାନ୍‌ସର ମୁକାବିଲା କିଏ କରିବ; ତାହା ଶୁକ୍ରବାର ଜଣା ପଡ଼ିଯିବ। ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଶୁକ୍ରବାର ରାଜସ୍ଥାନ ରୟାଲ୍‌ସ ଓ ରୟାଲ ଚ୍ୟାଲେଞ୍ଜର୍ସ ମଧ୍ୟରେ କ୍ବାଲିଫାୟର-୨ ଖେଳାଯିବ। କ୍ବାଲିଫାୟର-୧ରେ ରାଜସ୍ଥାନ ପରାସ୍ତହୋଇ କ୍ବାଲିଫାୟର-୨ରେ ପହଞ୍ଚିଥିବା ବେଳେ ଏଲିମିନେଟର ମ୍ୟାଚ୍‌​‌େ​‌ର ଜିତି ଆର୍‌ସିବି ଏହି ମ୍ୟାଚ୍‌ ଖେଳିବାକୁ ଯାଉଛି। ଫାଇନାଲରେ ପହଞ୍ଚିବାକୁ ହେଲେ ଗୁଜରାଟ ବିପକ୍ଷରେ ତା’ର ଦୁର୍ବଳ ବୋଲିଂ ପ୍ରଦର୍ଶନରେ ରାଜସ୍ଥାନକୁ ସୁଧାର ଆଣିବାକୁ ପଡ଼ିବ। ଅନ୍ୟପକ୍ଷରେ ଆର୍‌ସିବି ମ୍ୟାଚ୍‌ ପରେ ମ୍ୟାଚ୍‌ ଉନ୍ନତି କରିବାରେ ଲାଗିଛି। ଲକ୍ଷ୍ନୌ ବିପକ୍ଷରେ ଏଲିମିନେଟର ମ୍ୟାଚ୍‌ରେ ବିଜୟ ପରେ ଆର୍‌ସିବି ପ୍ରଥମଥର ଟ୍ରଫି ଜିତିବାକୁ ଲକ୍ଷ୍ୟରଖିଛି।
ବିଶ୍ବ କ୍ରିକେଟ୍‌ର ଦୁଇ ମହାରଥୀ ଅଧିନାୟକ ଫାଫ୍ ଡୁ ପ୍ଲେସି ଓ ବିରାଟ କୋହଲି ବଡ଼ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିଥାଆନ୍ତି। ପୁଣି ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ମଧ୍ୟ ଟୁର୍ଣ୍ଣାମେଣ୍ଟରେ ପୂରା ରଙ୍ଗରେ ନଜର ଆସିନାହାନ୍ତି। ଲକ୍ଷ୍ନୌ ବିପକ୍ଷରେ ଏହି ୩ ତାରକା ବିଫଳ ହୋଇଥିବା ବେଳେ ରଜତ ପାଟିଦାର ଅପରାଜିତ ଶତକମାରି ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଫିନିସର ଭାବେ ଦିନେଶ କାର୍ତ୍ତିକଙ୍କୁ ଯେଉଁ କଠିନ ଦାୟିତ୍ବ ଆର୍‌ସିବି ଦଳ ମ୍ୟାନେଜମେଣ୍ଟ ଦେଇଛି; ଅଦ୍ୟାବଧି ସେ ତାହାକୁ ସଠିକ୍‌ ଭାବେ ନିର୍ବାହ କରିଛନ୍ତି। ସ୍ଲଗ୍‌ ଓଭର​‌େ​‌ର କାର୍ତ୍ତିକ ଜଣେ ତାରକା। ବୋଲିଂ​‌େ​‌ର ୱାନିନ୍ଦୁ ହସରଙ୍ଗା ସ୍ଲଗ୍‌ ଓଭରରେ ବୋଲିଂ କରିବାର ସାହସ କରି ପାରୁଛନ୍ତି। କ୍ରମାଗତ ୨ଟି ଛକା ଦେବା ପରେ ମଧ୍ୟ ଦୀପକ ହୁଡାଙ୍କୁ ଆଉଟ୍‌କରି ହସରଙ୍ଗା ମ୍ୟାଚ୍‌ର ମଙ୍ଗ ଆର୍‌ସିବି ଆଡ଼କୁ ମୋଡ଼ିଥିଲେ। ସ୍ଲଗ୍‌ ଓଭରରେ ହର୍ଷଲ ପଟେଲ ଟୁର୍ଣ୍ଣାମେଣ୍ଟର ଅନ୍ୟତମ ଶ୍ରେଷ୍ଠ ବୋଲର ପ୍ରମାଣିତ ହୋଇଛନ୍ତି। ମହମ୍ମଦ ସିରାଜ୍ ଓ ଜୋସ୍ ହାଜେଲ୍‌ଉଡ୍‌ ଭଲ ବୋଲିଂ କରୁଛନ୍ତି। ଆର୍‌ସିବି ବିଜେତା ଏକାଦଶରେ ପରିବର୍ତ୍ତନ କରିବାକୁ ଚାହିଁବ ନାହିଁ। ଆର୍‌ସିବି ବୋଲରଙ୍କୁ ରାଜସ୍ଥାନର ଦୁଇ ବିସ୍ଫୋରକ ବ୍ୟାଟ୍‌ସମ୍ୟାନ୍ ଜୋସ୍‌ ବଟ୍‌ଲର ଓ ସଞ୍ଜୁ ସାମ୍‌ସନଙ୍କୁ ରୋକିବାକୁ ପଡ଼ିବ। ଗୁଜରାଟ ବୋଲରଙ୍କୁ ଏହି ଦୁଇ ଅଭିଜ୍ଞ ବ୍ୟାଟ୍‌ସମ୍ୟାନ୍ ଖିନ୍‌ଭିନ୍ କରିଥିଲେ। ଦୁଇ ଯୁବ ବ୍ୟାଟ୍‌ସମ୍ୟାନ୍ ଯଶସ୍ବୀ ଜୟସୱାଲ ଓ ଦେବଦତ୍ତ ପାଡିକଲ ମଧ୍ୟ କିଛି ସ୍ମରଣୀୟ ଇନିଂସ ଖେଳିଛନ୍ତି। ଅଦ୍ୟାବଧି ସର୍ବାଧିକ ୩ଟି ଶତକ ହାସଲ କରିଥିବା ରାଜସ୍ଥାନ ଓପ୍‌ନର ବଟ୍‌ଲର ଜୀବନର ଶ୍ରେଷ୍ଠ ଫର୍ମରେ ଅଛନ୍ତି। ସେ ୩ଟି ଶତକ ସହ ୭ ଶହରୁ ଅଧିକ ରନ୍‌ କରି ସାରିଲେଣି। ସାମ୍‌ସନ ଅଧିକାଂଶ ମ୍ୟାଚ୍‌ରେ ଦର୍ଶନୀୟ ୩୦-୪୦ ରନ୍‌ର ଇନିଂସ ଖେଳିଥିଲେ ହେଁ ଏହାକୁ ବଡ଼ ଇନିଂସରେ ପରିବର୍ତ୍ତିନ କରିବାକୁ ଚାହିଁବେ। ରବିଚନ୍ଦ୍ରନ ଅଶ୍ବିନ ଓ ପ୍ରସିଦ୍ଧ କ୍ରିଷ୍ଣା ରାଜସ୍ଥାନର ଦୁଇ ପ୍ରମୁଖ ବୋଲର ହୋଇଥିବା ବେଳେ ଗୁଜରାଟ ବିପକ୍ଷରେ ଦୁହେଁ ଦଳକୁ ନିରାଶ କରିଥିଲେ। ଉଭୟଙ୍କୁ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ପଡ଼ିବ। ୟୁଜବେନ୍ଦ୍ର ଚହଲ ଚମତ୍କାର ବୋଲିଂ କରୁଛନ୍ତି ଏବଂ ଚଳିତ ସଂସ୍କରଣରେ ସର୍ବାଧିକ ୱିକେଟ ନେଇଛନ୍ତି। ଆଇପିଏଲ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ରାଜସ୍ଥାନ ରୟାଲ୍‌ସ ପରସ୍ପର ବିପକ୍ଷରେ ୨୪ଟି ମ୍ୟାଚ୍‌ ଖେଳିଛନ୍ତି। ଏଥିରୁ ଆର୍‌ସିବି ୧୩ ଓ ରାଜସ୍ଥାନ ୧୧ଟି ଜିତିଛନ୍ତି। ଉଭୟ ଦଳଙ୍କ ମଧ୍ୟରେ ଶେଷ ୫ଟି ମୁକାବିଲାରୁ ଆର୍‌ସିବି ୪ଟି ଜିତିଛି। ଚଳିତ ଆଇପିଏଲ୍‌ରେ ରାଜସ୍ଥାନ-ଆର୍‌ସିବି ପରସ୍ପର ବିପକ୍ଷରେ ୨ଟି ମ୍ୟାଚ୍‌ ଖେଳିଥିବା ବେଳେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories