www.samajalive.in
Sunday, December 7, 2025
14.1 C
Bhubaneswar

କଣ୍ଟେନର-କାର ଧକ୍କା ; ଚାଲିଗଲା ଚାରି ଜଣଙ୍କ ଜୀବନ

ବାରାବଙ୍କୀ : ଉତ୍ତରପ୍ରଦେଶ ସଫଦରଗଞ୍ଜ ଥାନା ଅର୍ନ୍ତଗତ ପହ୍ଲରୀ ଗାଁ ନିକଟରେ ଲଖନଉ-ଅଯୋଧ୍ୟା ହାଇୱେରେ ବୁଧବାର ଭୋର ୬ଟା ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଥିରେ ୪ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ଅଯୋଧ୍ୟା ପଟରୁ ଏକ କାରରେ ଯାତ୍ରୀ ଆସୁଥିବା ସମୟରେ ଚାଳକର ଆଖି ଲାଗି ଯିବାରୁ ଡିଭାଇଡର ପାର ହୋଇ ଭୁଲ ପାଶ୍ୱର୍କୁ କାରଟି ପଳାଇ ଆସିଥିଲା।  ଏହି ସମୟରେ ଲଖନଉ ପଟରୁ ଦ୍ରୁତ ଗତିରେ ଆସୁଥିବା କଣ୍ଟେନର କାରଟିକୁ ପଛପଟୁ ଖୁବ ଜୋରରେ ଧକ୍କା ଦେଇଥିଲା। ଫଳରେ କାରରେ ଥିବା ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନେ ଲଖନଉ ଠାକୁରଗଞ୍ଜ ନିବାସୀ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଧକ୍କା ପରେ କାରଟି ସମ୍ପୂର୍ଣ୍ଣ କ୍ଷତିଗ୍ରତ ହୋଇଛି। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଅନେକ ସମୟ ଚେଷ୍ଟା କରିବା ପରେ ଗାଡି କଟାଯାଇ ମୃତଦେହ ଉଦ୍ଧାର କରିଥିଲେ। ଦୁର୍ଘଟଣା ପରେ କଣ୍ଟେନର ଚାଳକ ଫେରାର ହୋଇଛ ଯାଇଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories