www.samajalive.in
Monday, December 15, 2025
24.1 C
Bhubaneswar

ଅସମାହିତ ଜଟିଳ ମାମଲାର ସମାଧାନ କରି ନ୍ୟାୟ ପ୍ରଦାନ କ୍ଷେତ୍ରରେ ଫରେନସିକ୍ ମେଡିସିନ୍ ବିଭାଗ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ

ଭୁବନେଶ୍ୱର: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥା ଅସମାହିତ ଜଟିଳ ମାମଲାର ସମାଧାନ କରିବା ସହିତ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଫରେନସିକ୍ ମେଡିସିନ୍ ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି ଏମ୍ସ ଭୁବନେଶ୍ୱର ମେଡିକାଲ୍ ଅଧୀକ୍ଷକ ଡକ୍ଟର ସଚ୍ଚିଦାନନ୍ଦ ମହାନ୍ତି ପ୍ରକାଶ କରିଛନ୍ତି। ଏମ୍ସର ଫରେନସିକ୍ ମେଡିସିନ୍ ଏବଂ ଟକ୍ସିକୋଲୋଜି ବିଭାଗ ଦ୍ୱାରା ‘ଫରେନସିକ୍ ମେଡିସିନ୍ ଡେ’ ପାଳନ କରିବା ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ଡ. ମହାନ୍ତି ଏପରି ମତବ୍ୟକ୍ତ କରିଥିଲେ। ଏଥିସହିତ ଏହି ବିଭାଗ ସହିତ ଜଡ଼ିତ ପୋଲିସ୍ ସର୍ଜନମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ତାଙ୍କ ଅଭିଜ୍ଞତା ବାଣ୍ଟିଥିଲେ। ଉଲ୍ଲେଖଯୋଗ୍ୟ ଯେ ଡ. ମହାନ୍ତି ଏହି ବିଭାଗରେ ଜଣେ ବିଶେଷଜ୍ଞ ହେବା ସହିତ ବେଶ ଅଭିଜ୍ଞତା ରଖନ୍ତି।
ଫରେନସିକ୍ ମେଡିସିନ୍ ଏବଂ ଟକ୍ସିକୋଲୋଜି ବିଭାଗର ମୁଖ୍ୟ ଡକ୍ଟର ମନୋଜ କୁମାର ମହାନ୍ତି ପୋଷ୍ଟ ଗ୍ରାଜୁଏଟ୍ କୁଇଜ୍ ପ୍ରତିଯୋଗିତା, ପୋଷ୍ଟ ଗ୍ରାଜୁଏଟ୍ ସେମିନାର୍ ଉପସ୍ଥାପନା ଭଳି ଏକାଡେମିକ୍ କାର୍ୟ୍ୟକଳାପରେ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ଡକ୍ଟର ଏମ କେ ମହାନ୍ତି ତାଲିମପ୍ରାପ୍ତ ଛାତ୍ରମାନଙ୍କୁ ଫରେନସିକ୍ ମେଡିସିନ୍ କ୍ଷେତ୍ରରେ ଆଗ୍ରହ ପାଇଁ ଅଭିନନ୍ଦନ ଜଣାଇବା ସହ ଯୁବ ପ୍ରତିଭାଧାରୀଙ୍କୁ ସଚ୍ଚୋଟତା, ସତ୍ୟ ଏବଂ ଅଖଣ୍ଡତା ଯାହା ଫରେନସିକ୍ କ୍ଷେତ୍ରର ପ୍ରାଥମିକତା ବୋଲି ମତପ୍ରକାଶ କରିଥିଲେ।

ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ ସହିତ କାର୍ୟ୍ୟକ୍ରମ ସମାପ୍ତ ହୋଇଥିଲା। ଫରେନସିକ୍ ମେଡିସିନ୍ ଏବଂ ଟକ୍ସିକୋଲୋଜି ବିଭାଗର ଅତିରିକ୍ତ ପ୍ରଫେସର ଡ. ସୁଦୀପ୍ତ ରଂଜନ ସିଂ ଧନ୍ୟବାଦ ଅର୍ପଣ କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ ୧୨ ମେ, ୧୯୭୨ ରେ, ‘ଇଣ୍ଡିଆନ୍ ଏକାଡେମୀ ଅଫ୍ ଫରେନସିକ୍ ମେଡିସିନ୍’ ବିଷୟର ଏକ ସ୍ୱତନ୍ତ୍ର ପରିଚୟ ପ୍ରତିଷ୍ଠା ପାଇଁ ଏକ ଦର୍ଶନ ସହିତ ଏହି ଦିବସ ପାଳନ ଆରମ୍ଭ ହୋଇଥିଲା। ଆଇଏଏଫଏମ ହେଉଛି ଭାରତର ଏହି କ୍ଷେତ୍ରରେ ବିଶେଷଜ୍ଞମାନଙ୍କ ସର୍ବ ବୃହତ ସଂଗଠନ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories