www.samajalive.in
Monday, December 15, 2025
16.1 C
Bhubaneswar

ଜିଲାରେ ରବି ଧାନ କିଣା ପ୍ରକ୍ରିୟାର ଶୁଭାରମ୍ଭ କଲେ ଜିଲାପାଳ

ବଲାଙ୍ଗିର: ବଲାଙ୍ଗିର ଜିଲାରେ ରବି ଧାନ କିଣା ନେଇ ଜିଲାସ୍ତରୀୟ କ୍ରୟ କମିଟି ମେ ୧୬କୁ ଦିନ ଧାର୍ଯ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ମେ ୨୪କୁ ରବି ଧାନ କିଣାଯିବ ବୋଲି ସୂଚନା ଦେଇଥିଲେ। ଏହି କ୍ରମରେ ମଙ୍ଗଳବାର ବଲାଙ୍ଗିର ଜିଲା ପୁଇଁନ୍ତଲା ବ୍ଲକ ମଲମୁଣ୍ଡା ପେକ୍ସରୁ ଧାନ କିଣାର ଶୁଭାରମ୍ଭ ଜିଲାପାଳ ଚଞ୍ଚଳ ରାଣା କରିଛନ୍ତି। ଏଥିସହିତ ଧାନ କିଣା ପ୍ରକ୍ରିୟାକୁ ସ୍ୱଚ୍ଛତାର ସହ କରାଯିବ ବୋଲି ମତ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଉପ ଜିଲାପାଳ ଲମ୍ବୋଦର ଧରୁଆ, ମୁଖ୍ୟ ଖାଦ୍ୟ ଓ ଯୋଗାଣ ଅଧିକାରୀ ମୀର ରାଜ ଅଲ୍ଲୀ, ପେକ୍ସ ସଂପାଦକ ଅମିତ କୁମାର ପଟେଲ, ମିଲର୍ସ ସଂଘ ପକ୍ଷରୁ ଅନ୍ନପୂର୍ଣ୍ଣା ରାଇସ୍‍ ମିଲ୍‍ର ସତ୍ତ୍ୱାଧିକାରୀ ସମରେନ୍ଦ୍ର ରଥ, ମହିମା ରାଇସ୍‍ ମିଲର ସତ୍ତ୍ୱାଧିକାରୀ ମୁକେଶ ଅଗ୍ରୱାଲଙ୍କ ସହ ଜିଲାର ଏଆର୍‍ସିଏସ୍‍ ଓ ସିଆର୍‍ସିଏସ୍‍ ଉପସ୍ଥିତ ଥିଲେ। ଧାନ କିଣା ଶୁଭାରମ୍ଭ କାର୍ଯ୍ୟକ୍ରମରେ ବହୁ ସ୍ଥାନୀୟ ଚାଷୀ ଉପସ୍ଥିତ ଥିଲେ। ତେବେ ସେମାନଙ୍କ ମଧ୍ୟରୁ ମଲମୁଣ୍ଡା ଗାଁର ଚାଷୀ ଅନନ୍ତ ପଟେଲ ଅଭିଯୋଗ କରିଥିଲେ ଯେ, ଦୀର୍ଘ ବର୍ଷ ହେଲା ତାଙ୍କ ନାମରେ ଚାଷୀ କାର୍ଡ ନାହିଁ। ପେକ୍ସ ସଂପାଦକଙ୍କୁ ଚାଷୀ କାର୍ଡ କରାଇ ଦେବାକୁ ଅନୁରୋଧ କରୁଥିଲେ ବି ସେ ଶୁଣୁ ନାହାନ୍ତି ବୋଲି ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାର ତଦନ୍ତ କରାଯିବ ବୋଲି ଜିଲାପାଳ ଶ୍ରୀ ରାଣା ପ୍ରତିଶ୍ରୁତି ଦେଇଥିଲେ।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories