ବଲାଙ୍ଗିର: ଲର୍କିପାଲି ସରକାରୀ ଶିଳ୍ପ ତାଲିମ କେନ୍ଦ୍ର(ଆଇଟିଆଇ)ର ନୂତନ ଛାତ୍ରବାସରେ ରହୁଥିବା କିଛି ଛାତ୍ର ଅସୁସ୍ଥ ହୋଇଛନ୍ତି। ସେମାନଙ୍କୁ ଆଇଟିଆଇ କର୍ତୃପକ୍ଷ ଏକ ଅଟୋରେ ବସାଇ ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ଦେବା ସହ କେତେଜଣଙ୍କୁ ସାଲାଇନ୍ ଦିଆଯାଇଥିବା ସୂଚନା ମିଳିଛି। ଗତ ରାତିରେ ଛାତ୍ରବାସର ଅନ୍ତେବାସୀଙ୍କୁ ରାତ୍ର ଭୋଜନ ଦିଆଯାଇଥିଲା। ତେବେ ଏଥିରେ ଏକ ଝିଟିପିଟି ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ଛାତ୍ରମାନଙ୍କ ମଧ୍ୟରୁ କେତେଜଣଙ୍କୁ ବାନ୍ତି ହେବା ଆରମ୍ଭ ହୋଇଥିଲା। ଛାତ୍ରବାସ ରାନ୍ଧୁଣିଆଙ୍କ ଅସାବଧାନତା ଯୋଗୁଁ ଏଭଳି ହୋଇଥିବା ଓ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଅନ୍ତେବାସୀମାନେ ମତ ଦେଇଛନ୍ତି।
Popular Categories



