ରାଜ୍ୟ କ୍ୟାବିନେଟ୍ରେ ୩୨ ଟି ପ୍ରସ୍ତାବକୁ ମଞ୍ଜୁରୀ
ଭୁବନେଶ୍ୱର: ବୁଧବାରରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୩୨ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏଥିରେ ପାନୀୟ ଜଳ ପ୍ରକଳ୍ପ ସହ ଶିକ୍ଷା ବିଷୟରେ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି ।
୨୦୨୪ ମସିହା ସୁଦ୍ଧା ରାଜ୍ୟର ସମସ୍ତ ଗାଁରେ ଘରମାନଙ୍କୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି । ମୟୁରଭଞ୍ଜ ଜିଲ୍ଲାରେ ଏକ ମେଗା ପ୍ରକଳ୍ପ କରାଯିବ । ରାଜ୍ୟରେ ଏକ ଲକ୍ଷ ଗଭୀର କୂପ ଖନନ କରାଯିବ । ରାଜ୍ୟର ୨୫୬ଟି ବ୍ଲକରେ ଏହି ଯୋଜନା କାର୍ଯ୍ୟକାରୀ ହେବ । ଗଙ୍ଗାଧର ମେହେର ଉଠାଜଳସେଚନ ପ୍ରକଳ୍ପକୁ ରାଜ୍ୟ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଅନୁଗୁଳଠାରେ ମେଗା ଆଲୁମିନିୟମ ପାର୍କ ପ୍ରତିଷ୍ଠା , ରାଜ୍ୟର ୨୪ଟି ଘରୋଇ ପ୍ରଥମିକ ବିଦ୍ୟାଳୟକୁ ସରକାରୀ ଅନୁଦାନ, ଡ୍ରିମ୍ସକୁ ବିଶ୍ୱବିଦ୍ୟାଳୟରେ ରୂପାନ୍ତରଣ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି ।
ରାଜଧାନୀରେ ପାଣ୍ଡରା ନିକଟରେ ପାନୀୟ ଜଳ ଯୋଗାଣ ପାଇଁ ଏକ ବ୍ୟାରେଜ୍ ନିର୍ମାଣ କରାଯିବା ପ୍ରସ୍ତାବକୁ ରାଜ୍ଯ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି ।
Comments are closed.