ରାଶିଫଳ (ବୁଧବାର) ୧୮/୦୫/୨୦୨୨

କନ୍ୟା: ପରିଶ୍ରମ ଯେତେ କଷ୍ଟଦାୟକ ହେଲେ ବି ତା’ର ମୂଲ୍ୟାଙ୍କନ ହେବ। ଯାନବାହନ ସୁଖ ମିଳିବ। ଗୃହ ପରିବେଶ ପ୍ରଦୂଷଣମୁକ୍ତ ରହିବ। ନିଜ କର୍ମବଳରେ ଭାଇମାନଙ୍କ ମଧ୍ୟରେ ଶୀର୍ଷାସନ ଅଳଙ୍କୃତ କରିପାରନ୍ତି।

ତୁଳା: ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଠାକୁରଙ୍କ ଦର୍ଶନାଭିଳାଷୀ ହେବେ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭବାନ୍‌ ହୋଇପାରନ୍ତି। ଧର୍ମାନୁରାଗୀ ହେବେ। ବିଦ୍ୟାଧ୍ୟାୟୀ ହେବେ।

ବିଛା: ତ୍ୟାଗପୂତ ମନୋବୃତ୍ତିର ହେବେ। ମତିମାନ୍‌ ଓ ବିବିଧ ଧନଯୁକ୍ତ ହେବା ଆଶା କରାଯାଏ। କୀର୍ତ୍ତିଶାଳୀ ହେବେ। ମତିମାନ୍‌ ହୋଇପାରନ୍ତି। ଅନ୍ତର୍ନିହିତ ଗୁଣାବଳୀର ବିକାଶ ଘଟାଇ ଆର୍ଥିକ ସ୍ଥିତିକୁ ଦୃଢ଼ କରିବେ।

prayash

ଧନୁ: ଆୟ ବୃଦ୍ଧିର ସୂଚନା ମିଳୁଛି। ବନ୍ଧୁ ବା ସରକାରୀ ସୂତ୍ରରୁ ଧନଲାଭ ହୋଇପାରେ। ପାରିବାରିକ ସ୍ନେହ ଶ୍ରଦ୍ଧାରେ ଘରକୁ ବୈକୁଣ୍ଠ ସମତୁଲ କରିପାରନ୍ତି। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।

ମକର: ଚଲାପଥରେ ଉପୁଜିଥିବା ବିଘ୍ନକୁ ଏଡ଼ାଇ ଆଗୁସାର ହେବେ। ମଧୁରଭାଷା ଓ ଭଦ୍ରୋଚିତ ବ୍ୟବହାରରେ ପରକୁ ଆପଣାର କରିପାରନ୍ତି। ସଂକଟର ମୁକାବିଲା ପାଇଁ ବହୁ ବ୍ୟୟର ସମ୍ମୁଖୀନ ହେବେ।

କୁମ୍ଭ: ପୁରାତନ ଶବ୍ଦ ଭଣ୍ଡାରର ପେଡ଼ି ଖୋଲି, ରଚନାକୁ ସାବଲୀଳ କରିପାରନ୍ତି। ଜ୍ଞାନ ଭଣ୍ଡାରର ସୁବିନିଯୋଗ କରି ଅଜ୍ଞାନୀମାନଙ୍କୁ ଅନ୍ଧକାରର ପଥ ପ୍ରଦର୍ଶକ ହେବେ। କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ।

ମୀନ: ଆର୍ଥିକ ସ୍ଥିତିକୁ ଦୃଢ଼ କରିବାରେ ସକ୍ଷମ ହେବେ। ଜ୍ଞାନର ଦୀପ ପ୍ରଜ୍ବଳନ କରି ଚଲାପଥକୁ ଆଲୋକିତ କରିପାରନ୍ତି। ଦୟାର ସାଗର ହେବେ। ବ୍ୟବସାୟ ଲାଭଜନକ ହେବ। ପାରିବାରିକ ସ୍ନେହ, ଶ୍ରଦ୍ଧା ରହିବ।

 

 

 

 

kalyan agarbati

Comments are closed.