www.samajalive.in
Sunday, December 7, 2025
14.1 C
Bhubaneswar

ସପ୍ତମ ବେତନ ବିରୋଧରେ ଆନ୍ଦୋଳନ ପାଇଁ ଜରୁରୀ ବୈଠକ

ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଲକ ଦେବାହାଲ୍ ବୀର ସୁରେନ୍ଦ୍ର ସାଏ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ଓଷ୍ଠା କାର୍ଯ୍ୟକାରୀ କମିଟିର ଏକ ଜରୁରୀ ବୈଠକ ସଂଘର ସଭାପତି ଯାଦବ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ଘୋଷିତ ସପ୍ତମ ବେତନ କମିଶନକୁ କାଟଛାଟ କରି ସରକାର ଏକ ବିକଳାଙ୍ଗ ୭ମ ବେତନର ପ୍ରଣୟନ କରିଛନ୍ତି। ଯାହାକୁ ଗ୍ରହଣ କରିବା ଫଳରେ ଶିକ୍ଷକମାନଙ୍କ ଭବିଷ୍ୟତ ଏକ ପ୍ରକାର ଅନ୍ଧାର ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ। ତେଣୁ ଆଜି ଯଦି ସରକାର ପୂର୍ବ ଅନୁରୂପ ବେତନ ଦେବା ପାଇଁ ସହମତି ପ୍ରକାଶ ନକରନ୍ତି ତେବେ ଆନ୍ଦୋଳନ କରାଯିବ। ଏହି ଆନ୍ଦୋଳନରେ ବ୍ଲକର ପ୍ରତି ବିଦ୍ୟାଳୟରୁ ଅତି କମରେ ୫ ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ସାମିଲ ହେବେ ବୋଲି ବୈଠକରେ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହୋଇଛି। ଆନ୍ଦୋଳନରେ ଅଧିକରୁ ଅଧିକ ସଂଖ୍ୟା ପ୍ରଦର୍ଶନ କରିବା ଏକାନ୍ତ ଆବଶ୍ୟକ, ଶିକ୍ଷକ ତାର ହକ ପାଇଁ ଆଗରୁ ମଧ୍ୟ ଲଢେଇ କରି ଆସିଛି ଓ ଆଜି ମଧ୍ୟ ଲଢେଇ କରିବାରେ ପଛଘୁଞ୍ଚା ଦେବ ନାହିଁ ବୋଲି ସଂଘର ସଚ୍ଚିଦାନନ୍ଦ ପ୍ରଧାନ କହିଥିଲେ। ଏହା ବ୍ୟତୀତ ବୋର୍ଡ ଦ୍ଵାରା ଅସମୟରେ ଆର୍ ଆଣ୍ଡ ଜି ପାଇଁ ଘୋଷଣାକୁ ତୃଣମୂଳ ସ୍ତରରୁ ତୀବ୍ର ବିରୋଧ କରାଯାଇଛି। ଏହି ବୈଠକରେ ସମ୍ପାଦକ ଓକିଲ ପ୍ରଧାନ, ରାଜ୍ୟ ଓଷ୍ଠା ଉପ ସଭାପତି-ଆନନ୍ଦ ସାହୁ, କାର୍ଯ୍ୟକାରୀ କମିଟି ସଭ୍ୟ-ବଳରାମ ସାହୁ, ଜିଲ୍ଲା ଉପସଭାପତି ଅନୁସୂୟା ଦେବତା, ଜିଲ୍ଲା ଯୁଗ୍ମ ସମ୍ପାଦକ ସଚିଦାନନ୍ଦ ପଧାନ, ପ୍ରସନ୍ନ ବେହେରା, ସରମା ନାଏକ, ସନାତନ ପଧାନ, ବାଳମୁକୁନ୍ଦ ସାହୁ, ଦୀପକ ପଧାନ, ରବିନ୍ଦ୍ର ପଣ୍ଡା, ଅଚ୍ୟୁତ ନାଥ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories