www.samajalive.in
Wednesday, December 10, 2025
17.1 C
Bhubaneswar

ଗଛରେ ପିଟିହେଲା ମୋପେଡ଼, ନାବାଳକ ମୃତ 

ପାତ୍ରପୁର: ପାତ୍ରପୁର ଇଚ୍ଛାପୁର ରାସ୍ତାର ଚୁଡ଼ିଆଲାଞ୍ଜି ବୁଲାଣି ନିକଟରେ ଜଣେ ଏକ୍ସଲ ଚାଳକ ଗଛକୁ ଧକ୍କା ଦେବା ଫଳରେ ତାଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ପାତ୍ରପୁର ଗ୍ରାମର ବୃନ୍ଦାବନ ବେହେରାଙ୍କ ପୁଅ ରାଜେଶ ବେହେରା(୧୫)।

କୌଣସି କାମ ପାଇଁ ରାଜେଶ ଏକ୍ସେଲ୍(ମୋପେଡ଼) ଧରି ଯାଉଥିବା ବେଳେ ଚୁଡିଆଲାଞ୍ଜି ବୁଲାଣି ରାସ୍ତାରେ ହଠାତ୍ ଭାରସାମ୍ୟ ହରାଇ ଏକ ଗଛକୁ ଧକ୍କା ଦେଇ ଛିଟିକି ପଡିବା ଫଳରେ ଗୁରୁତର ହୋଇଥିଲେ। ଏହା ଦେଖି ସ୍ଥାନୀୟ ଲୋକମାନେ ଏକ ଅଟୋ ଯୋଗେ ତାଙ୍କୁ ନେଇ ତୁରନ୍ତ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଜରଡ଼ା ପୁଲିସ ଖବର ପାଇ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଛି। ଏନେଇ ଥାନାରେ ୧୬୧/୨୨ରେ ଏକ ମାମଲା ରୁଜ୍ଜୁ କରାଯାଇଛି। ମୃତ ନାବାଳକଙ୍କ ବାପା, ମାଆ ଚେନ୍ନାଇରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ସେ ଜେଜେମାଆଙ୍କ ନିକଟରେ ରହି ଚଳିତ ଥର ଦଶମ ପରୀକ୍ଷା ଦେଇଥିଲେ। ତାଙ୍କ ମୃତ୍ୟୁରେ ପାତ୍ରପୁର ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories