www.samajalive.in
Monday, December 15, 2025
17.1 C
Bhubaneswar

ଜାତିସଙ୍ଘ ମାନବାଧିକାର ପରିଷଦରେ ୟୁକ୍ରେନ୍ ପରିସ୍ଥିତି ନେଇ ଭାରତର ଉଦବେଗ

ଡେସ୍କ: ୟୁକ୍ରେନର ସାମ୍ପ୍ରତିକ ପରିସ୍ଥିତି ଉପରେ ଗଭୀର ଚିନ୍ତା ପ୍ରକଟ କରି ଭାରତ ଗଭୀର ଉଦ୍ବେଗ ପ୍ରକାଶ କରିଛି। ରୁଷ ଆକ୍ରମଣରେ ୟୁକ୍ରେନରେ ମାନବିକ ଅଧିକାର ଦୁର୍ବିସହ ହୋଇ ପଡିଥିବା ଭାରତ ଜାତିସଂଘ ମାନବାଧିକାର ପରିଷଦରେ କହିଛି।ଜାତିସଂଘର ମାନବ ଅଧିକାର ପରିଷଦର ୩୪ତମ ସ୍ୱତନ୍ତ୍ର ଅଧିବେଶନରେ ରୁଷର ଆକ୍ରୋଶ ଯୋଗୁ ୟୁକ୍ରେନର ମାନବିକ ଅଧିକାରର ଅବସ୍ଥା ଉପରେ ଭାରତ ବିବୃତ୍ତି ରଖିଛି।

ମାନବ ଅଧିକାର ପରିଷଦର ସ୍ୱତନ୍ତ୍ର ଅଧିବେଶନରେ ଜେନେଭାରେ ଭାରତର ସ୍ଥାୟୀ ପ୍ରତିନିଧୀ କହିଛନ୍ତି ଯେ ଏହି ଅସ୍ଥିରତା ସମଗ୍ର ବିଶ୍ୱରେ ବିଶେଷ କରି ବିକାଶଶୀଳ ତଥା ସ୍ୱଳ୍ପ ବିକଶିତ ଦେଶମାନଙ୍କରେ ଅସ୍ଥିରତା ବୃଦ୍ଧି କରିଛି। ରାଷ୍ଟ୍ରଦୂତ ଇନ୍ଦ୍ର ମଣି ପାଣ୍ଡେ କହିଛନ୍ତି, ୟୁକ୍ରେନ ପରିସ୍ତିତିକୁ ନେଇ ଆମେ ଗଭୀର ଭାବରେ ଚିନ୍ତିତ। ତୁରନ୍ତ ହିଂସା ବନ୍ଦ କରି ଶତ୍ରୁତା ଆଚରଣ ପରିହାର ଲାଗି ଆହ୍ୱାନ ଦେଇଛୁ। ସେ କହିଛନ୍ତି, ରୁଷ ଫେଡେରେସନ୍ ଏବଂ ୟୁକ୍ରେନ୍ର ନେତୃତ୍ୱ ସମେତ ବିଶ୍ୱସ୍ତରୀୟ ନେତାଙ୍କ ସହ ହୋଇଥିବା କଥାବାର୍ତ୍ତାରେ ପ୍ରଧାନମନ୍ତ୍ରୀ ମୋଦୀ ଏହା ଦୋହରାଇଛନ୍ତି। ଭାରତ କହିଛି ଯେ କଥାବାର୍ତ୍ତା ଏବଂ କୂଟନୈତିକ ପଥ ଅନୁସରଣ କରିବା ହେଉଛି ଏକମାତ୍ର ଉପାୟ। ଆମେ ସାଧାରଣ ନାଗରିକଙ୍କ ହତ୍ୟାକୁ ଦୃଢ଼ ନିନ୍ଦା କରୁଛୁ।

- Advertisement -

ପରିଷଦ ଗତ ମାର୍ଚ୍ଚ ମାସରେ ଏହି ପ୍ରସଙ୍ଗରେ ଆଲୋଚନା କରିବା ପରଠାରୁ ପରିସ୍ଥିତି ଆହୁରି ବିଗିଡି ଯାଇଛି ବୋଲି ଉଲ୍ଲେଖ କରି ଭାରତୀୟ ରାଷ୍ଟ୍ରଦୂତ କହିଛନ୍ତି ଯେ ଏହା ସ୍ପଷ୍ଟ ଯେ ମହିଳା ଓ ଶିଶୁମାନେ ଅତ୍ୟଧିକ ପ୍ରଭାବିତ ହୋଇଛନ୍ତି। ସେ କହିଛନ୍ତି ଯେ ୟୁକ୍ରେନବାସୀଙ୍କ ଦୁଃଖ ଦୂର କରିବା ପାଇଁ ଆମେ ସମସ୍ତ ଉଦ୍ୟମକୁ ସମର୍ଥନ କରୁଛୁ ଏବଂ ଯୁଦ୍ଧତ୍ରସ୍ତ ଅଞ୍ଚଳରୁ ନିରୀହ ସାଧାରଣ ନାଗରିକଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯିବା ଉଚିତ ବୋଲି ଭାରତ ବିଶ୍ୱାସ କରୁଛି।

ରାଷ୍ଟ୍ରଦୂତ ଶ୍ରୀ ପାଣ୍ଡେ କହିଛନ୍ତି ଯେ ୟୁକ୍ରେନ ଏବଂ ଏହାର ପଡ଼ୋଶୀ ଦେଶକୁ ଔଷଧ ଏବଂ ଅନ୍ୟାନ୍ୟ ଜରୁରୀ ରିଲିଫ ସାମଗ୍ରୀ ସମେତ ଭାରତ ମାନବିକ ସାମଗ୍ରୀ ପଠାଉଛି। ମାଗଣା ତଥା ନିରବଚ୍ଛିନ୍ନ ମାନବିକତା ତଥା ଲୋକଙ୍କ ପାଇଁ ନିରାପଦ ଯାତାୟାତକୁ ସୁନିଶ୍ଚିତ କରିବା ଭାରତ ଚାହୁଁଛି।

ମାନବ ଅଧିକାର ପରିଷଦରେ ଭାରତୀୟ ପ୍ରତିନିଧୀ କହିଛନ୍ତି ଯେ ୟୁକ୍ରେନରୁ ପ୍ରାୟ ୨୨ ହଜାର ୫୦୦ ଭାରତୀୟଙ୍କୁ ନିରାପଦ ଭାବେ ନୂଆଦିଲ୍ଲୀ ଅଣାଯାଇଛି। ସେ କହିଛନ୍ତି, ଭାରତ ଏହି ପ୍ରକ୍ରିୟାରେ ଅନ୍ୟ ୧୮ଟି ଦେଶର ନାଗରିକଙ୍କୁ ମଧ୍ୟ ସାହାଯ୍ୟ କରିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories