www.samajalive.in
Monday, December 15, 2025
14.1 C
Bhubaneswar

ତାଲିମପ୍ରାପ୍ତ ସେବିକା ମାନବସମ୍ବଳ ସୃଷ୍ଟି ସମୟର ବଡ଼ ଆହ୍ୱାନ

ଭୁବନେଶ୍ୱର: କୋଭିଡ ମହାମାରୀ ସମଗ୍ର ବିଶ୍ୱରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ହୋଇଥିବା ଦୁର୍ବଳ ନିବେଶ ଏବଂ ଅବହେଳାକୁ ସାମ୍ନାକୁ ଆଣିଛି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସେବିକା(ନର୍ସ) ମାନଙ୍କର ଏକ ପ୍ରମୁଖ ଭୂମିକା ରହିଛି। ତେଣୁ ଏହି କ୍ଷେତ୍ରରେ ଉତ୍ତମ ନିବେଶ କରିବା ସହିତ ସମଗ୍ର ବିଶ୍ୱରେ ତାଲିମପ୍ରାପ୍ତ ନର୍ସିଂ ମାନବସମ୍ବଳ ସୃଷ୍ଟି କରିବା ବର୍ତ୍ତମାନ ସମୟର ଏକ ବଡ଼ ଆହ୍ବାନ ବୋଲି ଏମ୍ସ ଭୁବନେଶ୍ୱରରେ ଆୟୋଜିତ ଅନ୍ତର୍ଜାତୀୟ ସେବିକା ଦିବସ ପାଳନ ଅବସରରେ ବକ୍ତାମାନେ କହିଛନ୍ତି। ଏମ୍ସ ଭୁବନେଶ୍ୱର କଲେଜ ଅଫ୍ ନର୍ସିଂ ଏବଂ ଷ୍ଟୁଡେଣ୍ଟସ୍ ନର୍ସ ଆସୋସିଏସନ ପକ୍ଷରୁ କଲେଜର ମିନି ଅଡିଟୋରିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏମ୍ସ ଭୁବନେଶ୍ୱର ଅଧୀକ୍ଷକ ଡକ୍ଟର ସଚ୍ଚିଦାନନ୍ଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାବେଶକୁ ସମ୍ବୋଧିତ କରିଥିଲେ। ବର୍ତ୍ତମାନ ଏବଂ ଭବିଷ୍ୟତରେ ଯେକୌଣସି ମହାମାରୀର ମୁକାବିଲା ପାଇଁ ନର୍ସିଂ ଶିକ୍ଷା, ଦକ୍ଷତା ତାଲିମ ଏବଂ ନେତୃତ୍ୱ ପ୍ରଶିକ୍ଷଣରେ ବିନିଯୋଗ କରିବାକୁ ଅଧିକ ଧ୍ୟାନ ଦେବାକୁ ଡ ମହାନ୍ତି ମତପୋଷଣ କରିଥିଲେ।

ଡ. ଏଲ୍ ଆନନ୍ଦ, ଆସୋସିଏଟ୍ ପ୍ରଫେସର କଲେଜ ଅଫ୍ ନର୍ସିଂ, ଏମ୍ସ ଭୁବନେଶ୍ୱର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଆଜି ଦିବସର ବିଷୟବସ୍ତୁକୁ ଆସୋସିଏଟ୍ ପ୍ରଫେସର ଡ. ଏମ ଭି ସ୍ମିଥା ଉନ୍ମୋଚନ କରିଥିଲେ। ଏହି ଅବସରରେ ହେପସି ବାଇ ଜେ ଫ୍ଲୋରେନ୍ସ ନାଇଟିଙ୍ଗଲେଙ୍କ ଜୀବନ ଇତିହାସ ସମ୍ପର୍କରେ ବକ୍ତୃତା ପ୍ରଦାନ କରିଥିଲେ। ସେହିପରି ଅନଲାଇନରେ ସରକାରୀ ନର୍ସିଂ ମହାବିଦ୍ୟାଳୟ,ବ୍ରହ୍ମପୁରର ଅଧ୍ୟକ୍ଷା ପ୍ରଫେସର ରାଜଲକ୍ଷ୍ମୀ ମିଶ୍ର ଦିବସର ମହତ୍ତ୍ବ ସମ୍ପର୍କରେ ଅଭିଭାଷଣ ରଖିଥିଲେ। ଏହି ଉତ୍ସବକୁ ଆହୁରି ଅଧିକ ଗୁରୁତ୍ୱପୂର୍ଣ୍ଣ କରିବାକୁ ନର୍ସିଂ ଶିକ୍ଷାରେ ପ୍ରବେଶ ଏବଂ ବୃତ୍ତିଗତ ବିକାଶ ପାଇଁ ନର୍ସିଂ ଶିକ୍ଷା ପ୍ରସଙ୍ଗରେ ଏକ ଆଲୋଚନାଚକ୍ର ମଧ୍ୟ ଆୟୋଜିତ ହୋଇଥିଲା। ଡ.ସ୍ମିଥା ଏହାକୁ ଆଲୋଚନାକୁ ପରିଚାଳନା କରିଥିବାବେଳେ ଡ.ଏଲ୍ ଆନନ୍ଦ, ହେପସି ବାଇ ଜେ ଏବଂ ନାଦିଆ କୃଷ୍ଣନ୍ ପ୍ରମୁଖ ପ୍ୟାନେଲିଷ୍ଟ ଭାବେ ଅଂଶଗ୍ରହଣ କରିଥିଲେ। ନର୍ସ ସପ୍ତାହ ପାଳନ ଅବସରରେ ଅନୁଷ୍ଠିତ ବିଭିନ୍ନ କାର୍ୟ୍ୟକ୍ରମରେ କୃତି ଛାତ୍ରଛାତ୍ରୀଙ୍କୁ ଅଧୀକ୍ଷକ ଡ. ଏସଏନ ମହାନ୍ତି ପୁରସ୍କାର ବିତରଣ କରିଥିଲେ। ସାମ୍ ଜୋସ୍ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଆକର୍ଷଣୀୟ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories