www.samajalive.in
Monday, December 15, 2025
15.1 C
Bhubaneswar

ଓଡ଼ିଶାର ୩ ରାଜ୍ୟସଭା ଆସନ ପାଇଁ ଜୁନ୍‍ ୧୦ରେ ନିର୍ବାଚନ

ଡେସ୍କ: ରାଜ୍ୟସଭାରେ ଖାଲି ହେବାକୁ ଯାଉଥିବା ୫୭ଟି ଆସନ ପାଇଁ ଆସନ୍ତା ଜୁନ୍‍ ୧୦ରେ ଭୋଟ୍‍ ଗ୍ରହଣ ହେବ। ଏଥିରେ ଓଡ଼ିଶାରୁ ଖାଲି ହେବାକୁ ଥିବା ୩ଟି ଆସନ ପାଇଁ ମଧ୍ୟ ଭୋଟ ହେବ। ସାଂସଦ ଏନ ଭାସ୍କର ରାଓ, ସସ୍ମିତ ପାତ୍ର ଓ ପ୍ରସନ୍ନ ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ଆସନ୍ତା ଜୁଲାଇ ୧ ତାରିଖରେ ଶେଷ ହେବାକୁ ଯାଉଛି। ଗୁରୁବାର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏ ନେଇ ସୂଚନା ପ୍ରକାଶ ପାଇଛି।

ବିଜ୍ଞପ୍ତି ଅନୁଯାୟୀ ଦେଶର ୧୫ଟି ରାଜ୍ୟର ୫୭ ଜଣ ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେବ। ଯେଉଁ ସଦସ୍ୟଙ୍କ କାର୍ଯ୍ୟକାଳ ୨୦୨୨ ଜୁନ ୨୧ରୁ ଅଗଷ୍ଟ ୧ ମଧ୍ୟରେ ସରିବାକୁ ଯାଉଛି, ସେହି ସବୁ ଆସନ ପାଇଁ ଜୁନ୍‍ ୧୦ରେ ଭୋଟ ହେବ। ଏଥିପାଇଁ ଆସନ୍ତା ୨୪ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ନାମାଙ୍କନ ଦାଖଲର ଶେଷ ତାରିଖ ୩୧ ମେ’ ରହିଥିବା ବେଳେ ଜୁନ୍‍ ୧ରେ ନାମାଙ୍କନ ପତ୍ର ଯାଂଚ ହେବ। ନାମାଙ୍କନ ପ୍ରତ୍ୟାହ୍ୟାରର ଶେଷ ତାରିଖ ଜୁନ ୩ ଓ ଜୁନ୍‍ ୧୦ରେ ଭୋଟ ହେବ।ଭୋଟ ଗ୍ରହଣ ସକାଳ ୯ଟାରୁ ଆରମ୍ଭ ହୋଇ ୪ଟା ପର୍ଯ୍ୟନ୍ତ ଚାଲିବ। ସେହିଦିନ ସନ୍ଧ୍ୟା ୫ଟାରୁ ଗଣତି ଆରମ୍ଭ ହେବ। ଜୁନ୍‍ ୧୩ ତାରିଖ ସୁଦ୍ଧା ସମସ୍ତ ପ୍ରକାରର ନିର୍ବାଚନ ପ୍ରକ୍ରିୟା ଶେଷ କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

- Advertisement -

ଏହି ପର୍ଯ୍ୟାୟରେ ଉତ୍ତରପ୍ରଦେଶର ୧୧ଟି, ତାମିଲନାଡୁ ଓ ମହାରାଷ୍ଟ୍ରରେ ୬ଟି ଲେଖାଏଁ, ଆନ୍ଧ୍ର ପ୍ରଦେଶର ୪ଟି, ତେଲେଙ୍ଗାନାର ୨ଟି, ଛତିଶଗଡ଼଼ର ୨ଟି, ମଧ୍ୟପ୍ରଦେଶର ୩ଟି, କର୍ଣ୍ଣାଟକର ୩ଟି, ଓଡ଼ିଶାର ୩ଟି, ପଞ୍ଜାବର ୨ଟି, ରାଜସ୍ଥାନର ୪ଟି, ଉତରାଖଣ୍ଡର ୧ଟି, ବିହାରର ୫ଟି, ଝାଡ଼ଖଣ୍ଡର ୨ଟି ଓ ହରିୟାଣାର ୨ଟି ଆସନ ପାଇଁ ଭୋଟ ହେବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories