www.samajalive.in
Monday, December 15, 2025
17.1 C
Bhubaneswar

ପର୍ଯ୍ୟଟନ ପ୍ରକଳ୍ପ ଅଗ୍ରଗତି ସମୀକ୍ଷା କଲେ ମୁଖ୍ୟ ଶାସନସଚିବ

ଡେସ୍କ: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଭିତରକନିକା, ନୃସିଂହନାଥ ଓ ହରିଶଙ୍କର ପର୍ଯ୍ୟଟନ ପ୍ରକଳ୍ପଗୁଡିକର ଅଗ୍ରଗତି ସମୀକ୍ଷା କରିଛନ୍ତି। ଏହି ସବୁ ସ୍ଥାନରେ ପର୍ଯ୍ୟଟନ ସହାୟକ ଭିତିଭୂମି ପୁର୍ତ ବିଭାଗ ମାଧ୍ୟମରେ ତ୍ୱରିତ କାର୍ଯ୍ୟାନ୍ୱୟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ରାଜ୍ୟ ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ପର୍ଯ୍ୟଟନ ବିଭାଗ ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର ପ୍ରକଳ୍ପ ସମ୍ବନ୍ଧିତ ବୈଷୟିକ, ଆର୍ଥିକ ଓ ନିରନ୍ତର ପରିଚାଳନା ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ।

ପ୍ରକଳ୍ପଗୁଡିକର ସ୍ଥିତି ସମୀକ୍ଷା କରି ଏଥିପାଇଁ ତୁରନ୍ତ ଟେଣ୍ଡର ପ୍ରକ୍ରିୟା ଶେଷ କରିବାକୁ ନିଷ୍ପତ୍ତି ହୋଇଛି। ଭିତରକନିକାରେ ସୃଷ୍ଟି କରାଯାଉଥିବା ପର୍ଯ୍ୟଟନ ସଂପତିର ରକ୍ଷଣାବେକ୍ଷଣ ଏବଂ ନିରନ୍ତର ପରିଚାଳନା ନିମନ୍ତେ ଉପଯୁକ୍ତ ବ୍ୟବସ୍ଥା କରିବାକୁ ଶ୍ରୀ ମହାପାତ୍ର ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତନ ବିଭାଗଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ପରିଚାଳନା ଓ ରକ୍ଷଣାବେକ୍ଷଣ ନିମନ୍ତେ ସମସ୍ତ ଷ୍ଟେକ୍‍-ହୋଲଡ୍ରମାନଙ୍କୁ ସାମିଲକରି ସ୍ଥାନୀୟ କମିଟି ଗଠନ କରାହେବ। ଏହି କାର୍ଯ୍ୟରେ ଯଥା ସମ୍ଭବ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ସ୍ଥାନୀୟ ଯୁବକ ଯୁବତୀମାନଙ୍କୁ ସାମିଲ କରିବାକୁ ମଧ୍ୟ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। ଆଧୁନିକ ପର୍ଯ୍ୟଟନ ଭିତିଭୂମି ମାଧ୍ୟମରେ ସଂପୃକ୍ତ ଅଂଚଳରେ ନୂତନ ଜିବୀକା ନିର୍ବାହ ଓ ରୋଜଗାର ପନ୍ଥା ସୃଷ୍ଟି ହେବ।

- Advertisement -

ଭିତରକନିକାର ଡାଙ୍ଗମାଳ, ଗୁପ୍ତି, ଖୋଳା ଏବଂ ଚାନ୍ଦବାଲି ଜୋନରେ ପର୍ଯ୍ୟଟନ ସୁବିଧା ସୃଷ୍ଟି କରାଯିବ। ପ୍ରାଥମିକ ଭିତିଭୂମି ଭାବେ ଆଗମନ ଓ ଆତିଥ୍ୟ କେନ୍ଦ୍ର, ରହଣୀ-କଟେଜ୍‍, ବନ୍ୟଜନ୍ତୁ ନିରୀକ୍ଷଣ ସୁବିଧା, ବାଖ୍ୟାନ କେନ୍ଦ୍ର, ଶୌଚାଳୟ ଗାଡ଼ି ପାର୍କିଂ ସ୍ଥାନ ଓ ଜେଟ୍ଟି ଆଦି ସ୍ଥାପନ କରାଯିବ। ତିନିଟି ପର୍ଯ୍ୟାୟରେ ବିଭିନ୍ନ ପର୍ଯ୍ୟଟନ ଉନ୍ନୟନ କାର୍ଯ୍ୟ କରାଯିବ। ପ୍ରଥମ ପର୍ଯ୍ୟାୟ ପ୍ରାଥମିକ ଭିତିଭୂମି ପାଇଁ ପ୍ରାୟ ୪୬.୨୩ କୋଟି ଟଙ୍କା ବିନିଯୋଗ କରାଯିବ। ଗୁପ୍ତି, ଖୋଳା ଏବଂ କସ୍ତୁରୀକଣ ଠାରେ ପର୍ଯ୍ୟଟନ ପ୍ରକଳ୍ପପାଇଁ ଜମି ଅଧିଗ୍ରହଣ ଓ ବିକାଶ କରିବାକୁ ମୁଖ୍ୟ ଶାସନ ସଚିବ ଇଡକୋଙ୍କୁ ନିର୍ଦ୍ଦେଶ ଦେଇଥିଲେ। କେନ୍ଦ୍ରାପଡ଼ାର ଜିଲ୍ଲାପାଳ ଏବଂ ରାଜନଗର ବନଖଣ୍ଡ ଅଧିକାରୀ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କ୍ଷେତ୍ରସ୍ତରୀୟ ତଥ୍ୟ ସହ ଉପଯୁକ୍ତ ଭିତିଭୂମି ସଂପର୍କିତ ପରାମର୍ଶ ଦେଇଥିଲେ। ସେହିପରି ଚନ୍ଦ୍ରଭାଗାଠାରେ ବୋଟିଂ ଏବଂ ବେଳାଭୂମି ପର୍ଯ୍ୟଟନ ଭିତିଭୂମି ନିମନ୍ତେ ପ୍ରାୟ ୪୨ କୋଟି ଟଙ୍କା ବିନିଯୋଗ ହେବ। ବରଗଡ଼଼ ଜିଲ୍ଲାର ନୃସିଂହନାଥ ଏବଂ ବଲାଙ୍ଗିର ଜିଲ୍ଲାର ହରିଶଙ୍କର ପୀଠରେ ପର୍ଯ୍ୟଟନ ଭିତିଭୂମି ନିମନ୍ତେ ୪୬ କୋଟି ଟଙ୍କା ବିନିଯୋଗ କରାହେବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories