www.samajalive.in
Sunday, December 14, 2025
26.1 C
Bhubaneswar

ଓଡ଼ିଶା ମାଧ୍ୟମିକ ଶିକ୍ଷକ ନିଯୁକ୍ତି ଦୁର୍ନୀତି ବିରୁଦ୍ଧରେ ସିବିଆଇ ଦାବି

ଭୁବନେଶ୍ୱର : ଓଡ଼ିଶା ମାଧ୍ୟମିକ ଶିକ୍ଷକ ନିଯୁକ୍ତି ଦୁର୍ନୀତି ବିରୁଦ୍ଧରେ ସିବିଆଇ. ତଦନ୍ତ ସହ ମେଧାବୀ ଶିକ୍ଷକ ଆଶାୟୀଙ୍କୁ ନ୍ୟାୟ ଦାବିରେ ଏଆଇଏସଏଫ ନେତୃତ୍ୱରେ ‘ଶିକ୍ଷା ବଞ୍ଚାଅ – ଓଡ଼ିଶା ବଞ୍ଚାଅ ଅଭିଯାନ’ ପକ୍ଷରୁ ଗତ ୧୧ ତାରିଖଠାରୁ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ସମ୍ମୁଖରେ ଗଣଧାରଣାରେ ବସିଛନ୍ତି। ଦୁର୍ନୀତିର ଘଣ୍ଟ ଘୋଡାଇବା ପାଇଁ ଶିକ୍ଷା ବିଭାଗର କୌଣସି ଉଚ୍ଚ ଅଧିକାରୀ ଏହି ଆନ୍ଦୋଳନକାରୀଙ୍କ ସହ କୌଣସି ଆଲୋଚନା ନ କରିଥିଲେ। ତେବେ ଆଜି ଏହି ଛାତ୍ରଛାତ୍ରୀଙ୍କୁ ପୁଲିସ୍ ଲଗାଇ ଗିରଫ କରାଯାଇଛି ବୋଲି ଅଭିଯୋଗ ହୋଇଛି। ଏଆଇଏସଏଫ ରାଜ୍ୟ ସଭାପତି ତଥା ଅଭିଯାନର ଆବାହକ ସଂଘମିତ୍ରା ଜେନା ଗିରଫ ସମୟରେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ନେତା, ମନ୍ତ୍ରୀ ଓ ଅଫିସରଙ୍କ ମଧୁଚନ୍ଦ୍ରିକାରେ ସରକାରୀ ଶିକ୍ଷା ବ୍ୟବସ୍ଥାକୁ ଷଡ଼ଯନ୍ତ୍ରମୂଳକ ଭାବେ ଧ୍ୱଂସ କରିବା ପାଇଁ ସିଏଚଟି ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତି ହୋଇଛି। ସରକାରୀ ଶିକ୍ଷାକୁ ଧ୍ୱଂସ କରିବା ପାଇଁ ରାଜ୍ୟର ଘରୋଇ ଶିକ୍ଷାବେପାରୀଙ୍କ ଲୋଭ ଓ ଲାଭ ଚରିତାର୍ଥ କରିବା ସହ ରାଜ୍ୟର ଭବିଷ୍ୟତ ଅନ୍ଧାର କରିବା ପାଇଁ ଏହା ଏକ ସରକାରୀ ଷଡ଼ଯନ୍ତ୍ର। ଆମ ଗିରଫରେ ଆନ୍ଦୋଳନ ଦବିଯିବ ନାହିଁ ବରଂ ଆହୁରି ରାଜ୍ୟବ୍ୟାପୀ ବ୍ୟାପକ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି।

 

- Advertisement -

ଏହି ଆନ୍ଦୋଳନରେ ଏଆଇଏସଏଫ ରାଜ୍ୟ ସମ୍ପାଦକ କାହ୍ନୁଚରଣ ପରିଡ଼ା, ଓଜେଟା କାର୍ଯ୍ୟକାରୀ ସଭାପତି ମନୋଜ କର, ସମ୍ପାଦକ ସୁବ୍ରତ ପଣ୍ଡା, ପ୍ରତିଷ୍ଠାତା ସଭାପତି ଜୀବନ ବନ୍ଧୁ ଭୋଇ, ଶିକ୍ଷା ବଞ୍ଚାଅ ଅଭିଯାନର ଦେବବ୍ରତ ବେହେରା, ଯୁଗ୍ମ ସମ୍ପାଦକ ବିବେକ କୃଷ୍ଣ, ଶାସ୍ୱତ ପତି, ଆଶାୟୀ ଶିକ୍ଷକ ସଂଘର ସଭାପତି ଚନ୍ଦନ କୁମାର କହଁର, ଉପଦେଷ୍ଟା ସଂଜୟ ଗିରି, କୋଷାଧ୍ୟକ୍ଷ ଶ୍ରୀନିବାସ ବେହୁରା, ଲିପ୍ସା ମହାକୁଡ, ସୁଶ୍ରୀ ସାହୁ, ସ୍ନିଗ୍ଧା ସରିତା ଶାନ୍ତିଙ୍କ ସମେତ ଶତାଧିକ ଆନ୍ଦୋଳନକାରୀଙ୍କୁ ଗିରଫ କରି କମିଶନରେଟ୍ ପୁଲିସ୍ ଅଟକ ରଖିଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories