www.samajalive.in
Monday, December 8, 2025
14.1 C
Bhubaneswar

ମିନି ଟ୍ରକ ସହ ୫୦ଟି ପିଆଶାଳ କାଠ ଜବତ, ଚାଳକ ସମେତ ୩ ଗିରଫ

ମୋହନା : ଗଜପତି ଜିଲ୍ଲା ମୋହନା ବନବିଭାଗ ଚଢ଼ାଉ କରି ଏକ ମିନି ଟ୍ରକରୁ ବିପୁଳ ପରିମାଣର ପିଆଶାଳ ସାଇଜ କାଠ ଜବତ କରିବା ସହ ଗାଡ଼ ଚାଳକ ସମେତ ୩ ଜଣଙ୍କୁ ଗିରଫ କରିଛି । ସୂଚନା ପ୍ରକାରେ, ଗଜପତି ଜିଲ୍ଲା ଅଡ଼ବା ଥାନା ହରଭଙ୍ଗି ଡ୍ୟାମ ରାସ୍ତାରେ ମୋହନା ବନ ବିଭାଗ ଅଧିକାରିଣୀ କଳ୍ପନା ନାୟକଙ୍କ ନେତୃତ୍ୱରେ ମୋହନା, ଅଡ଼ବା ଓ ନଳାଘାଟ ବନ କର୍ମଚାରୀଙ୍କ ମିଳିତ ଏକ ଟିମ ବିଳମ୍ବିତ ରାତିରେ ଅଡବା ଥାନା ଅନ୍ତର୍ଗତ ଆଠବଖରା ନିକଟରେ ଚଢ଼ାଉ କରି ଏକ ମିନି ଟ୍ରକରୁ ୫୦ ଖଣ୍ଡ ପିଆଶାଳ ସାଇଜ କାଠ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ, ଗୁରୁଝୋଳି ଗାଁର ବାବୁଲା ବେହରଦଳାଇ, ପଣସଡ଼ିହ ଗାଁର ନିର୍ମଳ ବେହରଦଳାଇ ଓ ପୁରୁଣାପାଣି ଗାଁର ମାନସ ମାଝୀ । ଅଭିଯୁକ୍ତମାନେ ଅଡ଼ବା ଡ୍ୟାମ ଅଞ୍ଚଳରୁ ପିଆଶାଳ କାଠ ନେଇ ଗଞ୍ଜାମ ଜିଲ୍ଲା ବଡଗଡ଼କୁ ଚାଲାଣ କରୁଥିବା ବେଳେ ବନବିଭାଗ ଚଢ଼ାଉ କରି କାଠ ଜବତ କରିଛି । ଜବତ କାଠର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories