www.samajalive.in
Tuesday, December 9, 2025
16.1 C
Bhubaneswar

ବିଳମ୍ବିତ ରାତିରେ ଦୋକାନ ତାଡି ଚୋରି

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ବୁଢିକାପୁଡି ଗ୍ରାମର ଉପେନ୍ଦ୍ର ନାଥ ମହାନ୍ତଙ୍କ ଦୋକାନର ଚାବି ତାଡି ବିଳମ୍ବିତ ରାତିରେ ଦୋକାନରୁ ଟଙ୍କା ଓ ବିଭିନ୍ନ ଦୋକାନ ସାମଗ୍ରୀ ଚୋରି ହୋଇଛି । ଏନେଇ ଦୋକାନ ମାଲିକ ଉପେନ୍ଦ୍ର ନାଥ ମହାନ୍ତ ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ ଆଜି ସକାଳେ ଉପେନ୍ଦ୍ର ମହାନ୍ତ ଦୋକାନ ଖୋଲିବା ପରେ ଦୋକାନର ପଇସା ପତ୍ର ବାକ୍ସ ନଥିବା ଓ ଦୋକାନରୁ ବିଭିନ୍ନ ସାମଗ୍ରୀ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ । ବାକ୍ସରେ ୧୦ ହଜାର ଟଙ୍କା ଥିବା ବେଳେ ବାକ୍ସଟି ଭଙ୍ଗା ଯାଇ ଦୋକାନ ଠାରୁ କିଛି ଦୂରରେ ପଡ଼ିଥିଲା । ଅଭିଯୋଗ ପାଇବା ପରେ ଘଟଣା ସ୍ଥଳରେ ତୁରୁମୁଙ୍ଗା ପୁଲିସ ପହଞ୍ଚି ତଦନ୍ତ କରିଛି ।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories