ପୂର୍ବତନ କେନ୍ଦ୍ରମନ୍ତ୍ରୀ ପଣ୍ଡିତ ସୁଖ ରାମଙ୍କ ପରଲୋକ
ନୂଆଦିଲ୍ଳୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପଣ୍ଡିତ ସୁଖ ରାମଙ୍କ ପରଲୋକ ହୋଇଛି । ୯୪ ବର୍ଷ ବୟସରେ ନୂଆଦିଲ୍ଲୀର ଏମସ ଡାକ୍ତରଖାନାରେ ସୁଖ ରାମଙ୍କ ବିୟୋଗ ହୋଇଥିବା ସୂଚନା ମଳିଛି । ବର୍ଦ୍ଧକ୍ୟ ଜନିତ କାରଣରୁ ସେ ବହୁଦିନ ଧରି ଅସୁସ୍ଥ ଥିଲେ । ତାଙ୍କୁ ଗତ ୭ ତାରିଖରେ ନୂଆଦିଲ୍ଳୀର ଏମସ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ହେଲେ ଆଜି ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି ।
ପଣ୍ଡିତ ସୁଖ ରାମ ଜଣେ କଂଗ୍ରେସର ବରିଷ୍ଠ ନେତା ଥିଲେ । ତାହା ସହ କେନ୍ଦ୍ର ମନ୍ତ୍ରୀ ଭାବେ ସେ ଦାୟିତ୍ୱ ସମ୍ଭାଳିଛନ୍ତି । ୧୯୯୩ରୁ ୧୯୯୬ ମସିହା ଯାଏ ସୁଖରାମ କେନ୍ଦ୍ର ଯୋଗାଣ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ଖାଲି ସେତିକି ନଥିଲା ପଣ୍ଡିତ ସୁଖ ରାମଙ୍କ ରାଜନୈତିକ କ୍ୟାରିୟର । ପଣ୍ଡିତ ସୁଖ ରାମ ଲୋକସଭା ସାଂସଦ ଭାବେ ମଧ୍ୟ କାର୍ଯ୍ୟ ତୁଲାଇଛନ୍ତି । ଅନେକ ଥର ଲୋକସଭା ଓ ବିଧାନସଭା ଆସନରେ ବିଜୟୀ ହୋଇଛନ୍ତି ।
ସୁଖ ରାମଙ୍କ ପରଲୋକ ନେଇ ଆଶ୍ରୟ ଶର୍ମା ସୂଚନା ଦେଇଛନ୍ତି । ଜେଜେବାପାଙ୍କ ସହ ପିଲା ବେଳର ଏକ ଫଟୋ ସେ ଫେସବୁକରେ ସେୟାର କରିଛନ୍ତି । ଫଟୋ ସହ ପୋଷ୍ଟରେ ସେ ଲେଖିଛନ୍ତି ବିଦାୟ ଦାଦା.. ଫୋନ୍ ଆଉ ରିଂ ହେବନାହିଁ । ଆଶ୍ରୟ ଶର୍ମା ହେଉଛନ୍ତି ପଣ୍ଡିତ ସୁଖ ରାମଙ୍କ ଜଣେ ନାତି । ଯେଏକି ବଲିଉଡ ଅଭିନେତା ସଲମାନ ଖାନଙ୍କ ଭଉଣୀଙ୍କୁ ବିବାହ କରିଛନ୍ତି ।
Comments are closed.