www.samajalive.in
Wednesday, December 10, 2025
16.1 C
Bhubaneswar

ଅକ୍ଷୟ ତୃତୀୟ ଉପଲକ୍ଷେ ମାଁ ବାଟ ମଙ୍ଗଳାଙ୍କର ଜଳସେଇ

ସମ୍ବଲପୁର – ସମ୍ବଲପୁରର ଦଲେଇପଡା ସ୍ଥିତ ମାଁ ବାଟ ମଙ୍ଗଳା ମନ୍ଦିରରେ ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ମାଁ ଙ୍କୁ ଜଳସେଇ କରାଯାଇଛି । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଅବସରରେ ମାଁ ବାଟ ମଙ୍ଗଳାଙ୍କ ପୂଜାର୍ଚ୍ଚନା ପୁଜକ ସୁରେଶ ଚନ୍ଦ୍ର ପଟ୍ଟନାୟକ କରିବା ପରେ ପ୍ରଥମେ ଗମ୍ଭିରାରେ କୂଅଁରୁ ଜଳ ଆଣି ଭର୍ତ୍ତି କରିଥିଲେ । ଏହା ପରେ ଭକ୍ତ ମାନେ କୂଅଁ ଓ ମହାନଦୀରୁ ଜଳ ଆଣି ଜଳାଭିଷେକ କରିଥିଲେ । ସନ୍ଧ୍ୟା ୭ଟା ସମୟରେ ଜଳାଭିଷେକ ପରେ ମହ।ଆଳତୀ କରାଯାଇ ପ୍ରସାଦ ବଣ୍ଟନ କରାଯାଇଥିଲା । ମାଁ ବାଟ ମଙ୍ଗଳା ଙ୍କ ଏହି ଜଳସେଇ ଗୁରୁବାର ୫ ତାରିଖ ଦିନ ୧୦ଟା ପର୍ଯ୍ୟନ୍ତ ରଖାଯିବ । ଭକ୍ତଙ୍କ ଦର୍ଶନ ପରେ ଜଳକୁ ନିଷ୍କାସନ କରାଯିବ ବୋଲି ମନ୍ଦିର ପୂଜକ ପଟ୍ଟନାୟକ କହିଛନ୍ତି ।

Hot this week

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

Related Articles

Popular Categories