www.samajalive.in
Wednesday, December 10, 2025
16.1 C
Bhubaneswar

ଭାରତର ପ୍ରଥମ ମହିଳା ଉଦ୍ୟୋଗୀ ମେଳା ୨୦୨୨ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ଇଣ୍ଡିଆନ ଚାମ୍ବର ଅଫ କମର୍ସର ୱିମେନ ଏଣ୍ଟରପ୍ରିନ୍ୟୁରସିପ୍ କାଉନ୍‌ସିଲ୍ ଦ୍ୱାରା ଆୟୋଜିତ ଭାରତର ପ୍ରଥମ ମହିଳା ବ୍ୟବସାୟ ମେଳା ସ୍ଥାନୀୟ ଜନତା ମଇଦାନଠାରେ ଆରମ୍ଭ ହୋଇଛି । ଏହି ମେଳାକୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି । ଉଦ୍‌ଘାଟନ ସମାରୋହରେ ମୁଖ୍ୟମନ୍ତ୍ରୀ ଆଇ.ଡ଼ବ୍ଲ୍ୟୁ.ଇ.ସି ନିଜର ୧୦୦+ସଦସ୍ୟ ମାଇଲଖୁଣ୍ଟ ଅତିକ୍ରମ କରିବା ନେଇ ସାଧୁବାଦ ଜଣାଇଥିଲେ । ଉକ୍ତ ଉତ୍ସବରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଅରୁଣ ସାହୁ, ଇଣ୍ଡିଆନ ଚାମ୍ବର ଅଫ୍ କମର୍ସର ସଭାପତି ଶ୍ରୀଯୁକ୍ତ ପ୍ରଦୀପ ସୁରେଖା, ଇଣ୍ଡିଆନ ଚାମ୍ବର ଅଫ୍ କମର୍ସର ଅଧ୍ୟକ୍ଷ ଶ୍ରୀଯୁକ୍ତ ଜେ.ବି ପାଣି, ଇଣ୍ଡିଆନ ଚାମ୍ବର ଅଫ କମର୍ସ-ଓଡ଼ିଶାର ସହ-ଅଧ୍ୟକ୍ଷ ଶ୍ରୀଯୁକ୍ତ ଏମ୍‌.କେ ଗୁପ୍ତା, ଇଣ୍ଡିଆନ ଚାମ୍ବର ଅଫ କମର୍ସ ୱିମେନ୍ ଏଣ୍ଟରପ୍ରିନ୍ୟୁୟରସିପ୍ କାଉନସିଲର ଉଦ୍ୟୋକ୍ତା ସୁକିର୍ତ୍ତି ପଟ୍ଟନାୟକ ଏବଂ ଉପ-ଉଦ୍ୟୋକ୍ତା ତନୟା ପଟ୍ଟନାୟକଙ୍କ ସହ ବଲିଉଡ୍‌ ଅଭିନେତ୍ରୀ ଲାରା ଦତ୍ତ ପ୍ରମୁଖ ଉପସ୍ଥିତ ରହି ଉତ୍ସବରେ ଶୋଭା ବର୍ଦ୍ଧନ କରିଥିଲେ ।

ଉଚ୍ଚଶିକ୍ଷା ମନ୍ତ୍ରୀ  ଅରୁଣ ସାହୁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ସହଯୋଗ କରିବା ସହ ଓଡ଼ିଶା ସରକାରଙ୍କ ନାନା ଯୋଜନା ସମ୍ବନ୍ଧରେ ଅବଗତ କରାଇଥିଲେ । ସୁକୀର୍ତ୍ତୀ ପଟ୍ଟନାୟକ ଆଇ.ଡ଼ବ୍ଲୁ.ଇ.ସି ଓଡ଼ିଶା ପରି ଆଇ.ଡ଼ବ୍ଲୁ.ଇ.ସି ର ଜାତୀୟ ଅନୁଷ୍ଠାନ ପ୍ରତିଷ୍ଠା ନେଇ ଖୁସି ବ୍ୟକ୍ତ କରିଥିଲେ ।  ମୁଖ୍ୟମନ୍ତ୍ରୀଙ୍କ ପଥ ପ୍ରଦର୍ଶନ ତଥା ସଂସ୍ଥାର ଉତ୍ତୋରତ୍ତର ଉନ୍ନତି ପାଇଁ ଧନ୍ୟବାଦ ଦେବା ସହ ଆଗାମୀ ଦିନରେ ଓଡ଼ିଶା ମହିଳା ଉଦ୍ୟୋଗୀ ମାନେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବେ ବୋଲି ଆଶା ପ୍ରକାଶ କରିଥିଲେ । ଆଇ.ସି.ସି ଅଧ୍ୟକ୍ଷ ଶ୍ରୀଯୁକ୍ତ ଜେ ବି ପାଣି ମହିଳା ଉଦ୍ୟୋଗୀ ମାନଙ୍କ ପାଇଁ ସଂସ୍ଥା ଦ୍ୱାରା ହେଉଥିବା ନାନା କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ଶ୍ରୀ ଏମ୍‌.କେ ଗୁପ୍ତା ସଂସ୍ଥାର ଆଶାନୁରୂପ ସଫଳତା ପାଇଁ ଖୁସି ବ୍ୟକ୍ତ କରିଥିଲେ । ଆଇ.ସି.ସି ସଭାପତି ଶ୍ରୀ ପ୍ରଦୀପ ସୁରେଖା କହିଥିଲେ ଯେ ଆଇ.ଡ଼ବ୍ଲୁ.ଇ.ସି ର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଏବଂ ଏଥିରେ ଜଡ଼ିତ ସବୁପ୍ରକାର ପରିଶ୍ରମ ଏବଂ ବ୍ୟକ୍ତି ବିଶେଷମାନଙ୍କୁ ସାଧୁବାଦ ଜଣାଇଥିଲେ ।

- Advertisement -

ଏହା ସହିତ ମହିଳା ଉଦ୍ୟୋଗୀ ମାନଙ୍କର ଯୋଗଦାନ ନିମନ୍ତେ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଆଇ.ଡ଼ବ୍ଲୁ.ଇ.ସି ନିଜର ୫୦୦+ ସଦସ୍ୟ ମାଇଲଖୁଣ୍ଟ ଅତିକ୍ରମ କରିବା ନେଇ ଆଶା ପ୍ରକାଶ କରିଥିଲା । ଏହି ମେଳା ଭାରତର ପ୍ରଥମ ମହିଳା ବିଜ୍‌ନେସ୍ ମେଳା ।  ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ଷ୍ଟଲ ଦ୍ୱାରା ସମନ୍ୱିତ ଏହି ମେଳା କେବଳ ମହିଳା ବ୍ୟବସାୟୀଙ୍କ ଦ୍ୱାରା ପରିଚାଳିତ ହେଉଛି । ଏହା ସହ ପ୍ରାୟ ୩୪ଟି ଖାଇବା ଷ୍ଟଲ ସହ, ପିଲାଙ୍କ ଖେଳ, ସେଲ୍ଫି, ଜୋନ୍‌, ଅନ୍ୟାନ୍ୟ କାର୍ଯ୍ୟକ୍ରମ, ଓଲିଉଡ଼ ସନ୍ଧ୍ୟା, ଫ୍ୟାସନ୍ ଶୋ ଆଇ.ଡବ୍ଲୁ.ଇ.ସି ଆୱାର୍ଡ ଏବଂ ସାଂସ୍କୃତିକ ଓ ସଙ୍ଗୀତ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି । ଏଥିସହିତ ପ୍ରତିଦିନ ବ୍ୟାବସାୟ ଭିତ୍ତିକ ସେମିନାର୍ ମଧ୍ୟ ଆୟୋଜିତ ହେବ ଯାହା ମହିଳା ବ୍ୟବସାୟୀଙ୍କ ପାଇଁ ଅତ୍ୟନ୍ତ ସୂଚନାଦାୟୀ ତଥା ଉପଯୋଗୀ ହୋଇପାରିବ । ବଲିଉଡ଼୍ ସେଲିବ୍ରିଟି ଅର୍ଜୁନ ରାମପାଲ ଓ ଇମତିଆଜ ଅଲି ଏହି ୫ ଦିନିଆ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଅନ୍ୟାନ୍ୟ ବକ୍ତାମାନଙ୍କ ମଧ୍ୟରେ ପ୍ରେରଣାଦାୟୀ ବକ୍ତା ଶ୍ରୀ ଗୌରାଙ୍ଗ ଦାସ, ଜୀବନଶୈଳୀ ପ୍ରଶିକ୍ଷକ ଲ୍ରୁ୍ୟକ୍ କୌଟିଁହୋ, ଫିଟନେସ ବିଶେଷଜ୍ଞ ସମିର ପୁରୋହିତ ଆଦି ଯୋଗଦେଇ ନିଜର ମତାମତ ରଖିବେ ।

ଅନ୍ୟାନ୍ୟ ବିଶିଷ୍ଟ ବ୍ୟବସାୟୀ, ନୀତି ନିର୍ମାତା, ବିଭିନ୍ନ ବର୍ଗର ପ୍ରଭାବଶାଳୀ ବ୍ୟକ୍ତି ବିଶେଷ ଅର୍ଥନୈତିକ ସଂସ୍ଥା ଏବଂ ଅତିକ୍ଷୁଦ୍ର,  କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ମଧ୍ୟ ଏହି ଉତ୍ସବରେ ଯୋଗଦେଇ ନିଜର ମତପୋଷଣ କରିବେ । ଏହି ମେଳା ଓଡ଼ିଶା ସରକାର, ଏମ୍‌.ଏସ୍‌.ଏମ୍‌.ଇ-ଡ଼ି.ଆଇ କଟକ ଏବଂ ଅନ୍ୟାନ୍ୟ ବ୍ୟବସାୟୀ ସଂସ୍ଥା ଆନୁକୂଲ୍ୟରେ ଅନୁଷ୍ଠିତ ହେଉଛି । ମିଶନ ଶକ୍ତି ଦ୍ୱାରା ପରିଚାଳିତ ସ୍ୱୟଂ ସହାୟକ ଗୋଷ୍ଠୀମାନେ ମେଳାରେ ଏକ ସ୍ୱତନ୍ତ୍ର ଅଂଶ ଭାବେ ଯୋଗ ଦେଇଛନ୍ତି । ତାଙ୍କ ଦ୍ୱାରା ପ୍ରଦର୍ଶିତ ଉତ୍ପାଦ ଜନସାଧାରଣଙ୍କ ମଧ୍ୟରେ ଆଦୃତ ହେବା ସହ ଆଦିବାସୀ ଜନଜାତି ମଧ୍ୟ ଉକ୍ତ ଉତ୍ସବରେ ନିଜ ଉତ୍ପାଦ ପ୍ରଦର୍ଶନ କରି ବ୍ୟାବସାୟ ଅଭିବୃଦ୍ଧି କରିବାକୁ ସକ୍ଷମ ହୋଇଛନ୍ତି । ଉକ୍ତ ମେଳା ସବୁ ବର୍ଗର ବ୍ୟକ୍ତି ବିଶେଷମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସୁଯୋଗ ହୋଇଥିବା ବେଳେ ଓଡ଼ିଶାର ନାନା ସଫଳ ମହିଳା ବ୍ୟବସାୟୀଙ୍କୁ ନିଜ ବ୍ୟବସାୟ କରିବା ନିମନ୍ତେ ଏକ ସ୍ୱତନ୍ତ୍ର ସୁଯୋଗ ଅଟେ । ଏହି ମେଳା ୪ ମେ ୨୦୨୨ରୁ ୮ ମେ’ ୨୦୨୨ ଯାଏଁ ଚାଲିବ । ଏଥିରେ ଥିବା ସମସ୍ତ ଷ୍ଟଲ ଶୀତତାପ ନିୟନ୍ତ୍ରିତ ହୋଇଥିବା ବେଳେ ପ୍ରବେଶକୁ ନିଶୁଳ୍କ କରାଯାଇଛି । ଫାଲକନ୍ ଗ୍ରୁପ୍‌, ମିଶନ ଶକ୍ତି ଓ ଜ୍ୟୋତି ମୋଟର୍ସ ଉକ୍ତ ଉତ୍ସବରେ ଆୟୋଜକ ମାନଙ୍କ ପ୍ରତି ନିଜର ସହଯୋଗ ପ୍ରକାଶ କରିଛନ୍ତି ।

Hot this week

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

Related Articles

Popular Categories