www.samajalive.in
Monday, December 15, 2025
24.1 C
Bhubaneswar

ସାଗରମୁଣ୍ଡାର ପୋଖରୀ ପୁନଃରୁଦ୍ଧାର ହେଲେ ବଢ଼ିବ ଜଳଧାରଣ କ୍ଷମତା

ନବରଙ୍ଗପୁର: ନବରଙ୍ଗପୁର ଜିଲାପାଳଙ୍କ କାର୍ୟ୍ୟାଳୟର ସଭାଗୃହରେ ଜିଲାସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୪୮ଟି ମାମଲାର ଶୁଣାଣି ହୋଇଛି। ଏଥିରେ ଜିଲାର ବିଭିନ୍ନ ପ୍ରାନ୍ତରୁ ଆସି ୪୮ ଜଣଙ୍କର ଅଭିଯୋଗପତ୍ର ପଞ୍ଜୀକୃତ ହୋଇଥିଲା, ସେଥିମଧ୍ୟରୁ ଚାରି ଗୋଟି ଗୋଷ୍ଠୀ ଗତ ହୋଇଥିବା ବେଳେ ବଳକା ବ୍ୟକ୍ତିଗତ ଅଭିଯୋଗ ଥିଲା। ସେଥିମଧ୍ୟରୁ ଜମିଜମା, ବାର୍ଦ୍ଧକ୍ୟ ଭତ୍ତା, ପୋଖରୀ ପୁନଃଉଦ୍ଧାର, ପ୍ରଧାନମନ୍ତ୍ରୀ ଆବାସ, ପଡି କାର୍ଡ, ଛାତ୍ର ଛାତ୍ରୀଙ୍କୁ ବିଦ୍ୟାଳୟ ଓ ହଷ୍ଟେଲରେ ନାମ ଲେଖା ଏବଂ ନିଯୁକ୍ତି ଇତ୍ୟାଦି ସଂକ୍ରାନ୍ତୀୟ ଅଭିଯୋଗର ଶୁଣାଣି ହୋଇଥିଲା। ସମସ୍ତ ଅଭିଯୋଗକାରୀଙ୍କ ଅଭିଯୋଗକୁ ଜିଲାପାଳ ଡ. କମଳ ଲୋଚନ ମିଶ୍ର ଶୁଣିବା ସହିତ ଏହାର ତୁରନ୍ତ ଆଶୁ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ।

 

- Advertisement -

ଏଥିରେ ଜିଲାପାଳଙ୍କ ବ୍ୟତୀତ ଅତିରିକ୍ତ ଜିଲାପାଳ ଭାସ୍କର ରଇତ, ପ୍ରକଳ୍ପ ନିର୍ଦେଶକ, ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ରତ୍ନାକର ସାହୁ, ଉପ ଜିଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜୟକୃଷ୍ଣ ବେହେରା, ସହକାରୀ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଜିଲା ଶିକ୍ଷା ଅଧିକାରୀ, ସମସ୍ତ ନିର୍ବାହୀ ଯନ୍ତ୍ରୀଙ୍କ ସମେତ ସମସ୍ତ ଜିଲା ସ୍ତରୀୟ ଅଧିକାରୀ, ନବରଙ୍ଗପୁର ବିଡ଼ିଓ ଓ ବ୍ଲକ ଶିକ୍ଷା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ନନ୍ଦାହାଣ୍ଡି ବ୍ଲକ ଡଙ୍ଗରଭେଜା ପଞ୍ଚାୟତ ଅନ୍ତର୍ଗତ ସାଗରମୁଣ୍ଡା ପୋଖରୀକୁ ପୁନଃରୁଦ୍ଧାର କରିବା ନିମନ୍ତେ ନବରଙ୍ଗପୁର ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜିଲାପାଳ ଶ୍ରୀ ମିଶ୍ରଙ୍କୁ ସାକ୍ଷାତ କରି ଅନୁରୋଧ କରିଛନ୍ତି ଯୁବ ଆଇନଜୀବୀ ଶ୍ରୀକାନ୍ତ କୁମାର ପଣ୍ଡା। ସାଗରମୁଣ୍ଡା ପୋଖରୀ ପୁନଃରୁଦ୍ଧାର ହେଲେ ସ୍ଥାନୀୟ ଜନସାଧାରଣ ଉପକୃତ ହେବା ସହିତ ସାଗରମୁଣ୍ଡାର ଜଳଧାରଣ କ୍ଷମତା ବଢିବ। ଏଥି ସହିତ ସ୍ଥାନୀୟ ଚାଷୀ ମାନେ ଉପକୃତ ହେବେ ଏବଂ ଏହାର ସୌନ୍ଦର୍ୟ୍ୟକରଣ ବଢ଼ିବା ସହିତ ଜନସାଧାରଣ ଙ୍କ ଆମୋଦପ୍ରମୋଦ ପାଇଁ ଏକ ସୁନ୍ଦର ପର୍ୟ୍ୟଟନ ସ୍ଥଳୀ ହେବ ବୋଲି ସ୍ଥାନୀୟ ବାସିନ୍ଦା ଆଶା ବାନ୍ଧିଛନ୍ତି ବୋଲି ଲିଖିତ ଭାବେ ଜଣାଇଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories