www.samajalive.in
Monday, December 15, 2025
16.1 C
Bhubaneswar

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ ପାଇଁ ପୁରୀରେ ଏଏସଆଇର ଉଚ୍ଚସ୍ତରୀୟ ଟିମ୍

ଡେସ୍କ: ଶ୍ରୀମନ୍ଦିର ଚତୁଃପାର୍ଶ୍ବ ପରିକ୍ରମା ମାର୍ଗ ନିର୍ମାଣ ସ୍ଥିତିର ଅନୁଧ୍ୟାନ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)ର ଏକ ଉଚ୍ଚସ୍ତରୀୟ ଟିମ୍ ପୁରୀରେ ପହଞ୍ଚିଛି। ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥାର ଆଞ୍ଚଳିକ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଆସିଥିବା ଏହି ଉଚ୍ଚସ୍ତରୀୟ ଟିମରେ ଓବିସିସି ଓ ଟାଟା ପ୍ରୋଜେକ୍ଟ କର୍ତ୍ତୃପକ୍ଷଙ୍କ ସହ ଜିଲ୍ଲାପାଳ ଅଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ମେଘନାଦ ପ୍ରାଚୀରଠାରୁ ୧୦୦ ମିଟର ନିଷିଦ୍ଧାଞ୍ଚଳରେ ଚାଲିଥିବା ନିର୍ମାଣ ଓ ଖନନ ସମ୍ପର୍କରେ ଏଏସ୍‌ଆଇ ବିଶେଷଜ୍ଞ ଦଳ ତଥ୍ୟ ସଂଗ୍ରହ କରିବେ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ଓଡ଼ିଶା ସେତୁ ଓ ନିର୍ମାଣ ନିଗମ, ଟାଟା ପ୍ରକଳ୍ପ ଅଧିକାରୀଙ୍କ ସହ ସେମାନେ ଆଲୋଚନା କରିବା ସମ୍ଭାବନା ରହିଛି। ପରିକ୍ରମା ମାର୍ଗ ପ୍ରକଳ୍ପ ଅନୁମୋଦନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଗତ ୬ ତାରିଖରେ ଏଏସ୍‌ଆଇ ନିକଟରେ ସଂଶୋଧିତ ନକ୍ସା ଦାଖଲ କରିଥିଲେ। ଏଏସ୍‌ଆଇ ଭୁବନେଶ୍ବର ମଣ୍ଡଳ ଅଧୀକ୍ଷକ ତାହାକୁ ଅନୁଧ୍ୟାନ କରିବା ପରେ ମହାନିର୍ଦେଶକଙ୍କୁ ସୁପାରିସ କରିବେ।

ଏଏସ୍‌ଆଇ ଅନୁମତି ବିନା ନିଷିଦ୍ଧାଞ୍ଚଳରେ ପରିକ୍ରମା ମାର୍ଗ ନିର୍ମାଣ କରାଯାଉଥିବା ଅଭିଯୋଗ ହୋଇଛି। ବଡ଼ ବଡ଼ ଖନନ ଯୋଗୁଁ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ବିପଦର ଆଶଙ୍କା ରହିଥିବା କେତେକ ସଂଗଠନ ଅଭିଯୋଗ କରିଛନ୍ତି। ପରିକ୍ରମା ମାର୍ଗ ନିର୍ମାଣକୁ ବିରୋଧ କରି ଦିଲୀପ କୁମାର ବରାଳ ଉଚ୍ଚ ନ୍ୟାୟାଳୟରେ ଜନସ୍ବାର୍ଥ ମାମଲା ଦାଖଲ କରିଛନ୍ତି। ତାହାକୁ ବିଚାର ପାଇଁ ଗ୍ରହଣ କରି ରାଜ୍ୟ ସରକାର ଏବଂ ଏଏସ୍‌ଆଇ ରିପୋର୍ଟ ଦାଖଲ ପାଇଁ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି। ଆଗାମୀ ୯ତାରିଖରେ ମୋକଦ୍ଦମାର ପରବର୍ତ୍ତୀ ଶୁଣାଣି କରାଯିବ।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories