www.samajalive.in
Monday, December 15, 2025
27.1 C
Bhubaneswar

ଧୋନି ପୁଣି ସିଏସ୍‌କେ ଅଧିନାୟକ

ମୁମ୍ବଇ: ଚଳିତ ଆଇପିଏଲ୍‌ରେ ବାକିଥିବା ମ୍ୟାଚ୍‌ରେ ମହେନ୍ଦ୍ର ସିଂହ ଧୋନି ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ଦଳର ନେତୃତ୍ବ ନେବେ। ଶନିବାର ସିଏସ୍‌କେ ଦଳ ପକ୍ଷରୁ ଜାରି କରା ଯାଇଥିବା ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି- ତାଙ୍କ ଖେଳ ଉପରେ ଅଧିକ ଯତ୍ନ ଓ ଧ୍ୟାନଦେବା ଲାଗି ରବୀନ୍ଦ୍ର ଜାଡ଼େଜା ନେତୃତ୍ବ ଛାଡ଼ିବାର ନିଷ୍ପତ୍ତି ନେଇଛନ୍ତି ଏବଂ ସିଏସ୍‌କେର ନେତୃତ୍ବ ନେବା ପାଇଁ ମହେନ୍ଦ୍ର ସିଂହ ଧୋନିଙ୍କୁ ଅନୁରୋଧ କରିଛନ୍ତି। ଦଳର ସମୂହ ସ୍ବାର୍ଥକୁ ନଜରରେ ରଖି ଧୋନି ସିଏସ୍‌କେର ନେତୃତ୍ବ ନେବାକୁ ରାଜି ହୋଇଛନ୍ତି। ଫଳରେ ଜାଡ଼େଜା ତାଙ୍କ ଖେଳ ଉପରେ ଅଧିକ ମନୋନିବେଶ କରିପାରିବେ।

୨୦୦୮ରେ ଆଇପିଏଲ୍‌ ଆରମ୍ଭହେବା ପରଠାରୁ ୨୦୨୧ ପର୍ଯ୍ୟନ୍ତ ଧୋନି ଚେନ୍ନଇ ସୁପର କିଙ୍ଗ୍‌ସର ଅଧିନାୟକ ଦାୟିତ୍ବ ତୁଲାଇଛନ୍ତି। ମଝିରେ ୨ ବର୍ଷ ସିଏସ୍‌କେ ବାସନ୍ଦ ହୋଇଥିବା ବେଳେ ଧୋନି ଅନ୍ୟ ଫ୍ରାଞ୍ଚାଇଜି ପାଇଁ ଖେଳିଥିଲେ। ଆଇପିଏଲ୍‌ର ଚଳିତ ସଂସ୍କରଣ ଆରମ୍ଭରେ ଧୋନି ସିଏସ୍‌କେର ନେତୃତ୍ବ ରବୀନ୍ଦ୍ର ଜାଡ଼େଜାଙ୍କୁ ପ୍ରଦାନ କରିଥିଲେ। ଚଳିତ ସଂସ୍କରଣରେ ସିଏସ୍‌କେ ୮ଟି ମ୍ୟାଚ୍‌ରୁ ମାତ୍ର ୨ଟି ଜିତି ୧୦ଟି ଦଳଙ୍କ ମଧ୍ୟରେ ୯ମ ସ୍ଥାନରେ ରହିଛି। ଏବେ ସିଏସ୍‌କେକୁ ବିଜୟଧାରାକୁ ଫେରାଇ ଆଣିବା ଦାୟିତ୍ବ ଏବେ ଧୋନିଙ୍କର। ଆଇପିଏଲ୍‌ ଓ ଚମ୍ପିଆନ୍‌ସ ଲିଗ୍‌କୁ ମିଶାଇ ଧୋନି ୨୧୩ଟି ମ୍ୟାଚ୍‌ରେ ସିଏସ୍‌କେର ନେତୃତ୍ବ ନେଇଛନ୍ତି। ଏଥିରୁ ସିଏସ୍‌କେ ୧୩୦ଟି ଜିତିଥିବା ବେଳେ ୮୧ଟି​‌େ​‌ର ପରାଜିତ ହୋଇଛି। ୪ ଥର ଆଇପିଏଲ୍‌ ଏବଂ ୨ ଥର ଚମ୍ପିଆନ୍‌ସ ଲିଗ୍‌କୁ ମିଶାଇ ଧୋନିଙ୍କ ନେତୃତ୍ବରେ ସିଏସ୍‌କେ ୬ଟି ଟାଇଟଲ ଜିତିଛି। ଉପର ସ୍ତରର କ୍ରିକେଟ୍‌ରେ କଦାପି କୌଣସି ବରିଷ୍ଠ ଦଳର ନେତୃତ୍ବ ନେବାର ଅଭିଜ୍ଞତା ନଥିବା ସତ୍ତ୍ବେ ଜାଡ଼େଜା ଚଳିତ ସଂସ୍କରଣରେ ସିଏସ୍‌କେର ନେତୃତ୍ବ ନେଇଥିଲେ। ତାଙ୍କ ନେତୃତ୍ବରେ ଦଳ ୮ଟିରୁ ୬ଟି ମ୍ୟାଚ୍‌ କେବଳ ହାରିନାହିଁ; ଜାଡ଼େଜାଙ୍କ ବ୍ୟକ୍ତିଗତ ଫର୍ମ ମଧ୍ୟ ନିମ୍ନଗାମୀ ହୋଇଛି। ଜାଡ଼େଜା ୮ଟି ମ୍ୟାଚ୍‌ରୁ ୨୨.୪୦ ଆଭ୍‌ରେଜ୍‌ରେ ୧୧୨ ରନ୍‌ କରିଥିବା ବେଳେ ଓଭର ପିଛା ୮.୧୧୯ ରନ୍‌ ଦେଇ ମାତ୍ର ୫ଟି ୱିକେଟ ନେଇଛନ୍ତି। ରବିବାର ସନ୍‌ରାଇଜର୍ସ ହାଇଦରାବାଦ ବିପକ୍ଷରେ ମହେନ୍ଦ୍ର ସିଂହ ଧୋନିଙ୍କ ଅଧୀନରେ ସିଏସ୍‌କେ ୯ମ ଲିଗ୍‌ ମ୍ୟାଚ୍‌ ଖେଳିବ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories