www.samajalive.in
Sunday, December 14, 2025
23.1 C
Bhubaneswar

ବ୍ୟାଡମିଣ୍ଟନ ଏସିଆନ ଚମ୍ପିଆନସିପ୍‌ : ସିନ୍ଧୁଙ୍କୁ କାଂସ୍ୟ

ମାନିଲା (ଫିଲିପାଇନ୍‌ସ): ଦୁଇଟି ଅଲିମ୍ପିକ୍‌ସ ପଦକ ବିଜୟିନୀ ପି.ଭି ସିନ୍ଧୁ ଏଠାରେ ଚାଲିଥିବା ବ୍ୟାଡମିଣ୍ଟନ ଏସିଆନ ଚମ୍ପିଆନସିପରେ କାଂସ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ଶନିବାର ଖେଳାଯାଇଥିବା ମହିଳା ଏକକ ସେମିଫାଇନାଲରେ ୪ର୍ଥ ସିଡ୍‌ ମାନ୍ୟତାପ୍ରାପ୍ତ ସିନ୍ଧୁ ୨୧-୧୩, ୧୯-୨୧ ଓ ୧୬-୨୧ରେ ଜାପାନର ଟପ୍‌ ସିଡ୍‌ ଆକାନେ ୟାମାଗୁଚିଙ୍କ ନିକଟରୁ ପରାଜିତ ହୋଇଛନ୍ତି। ଏହି ପରାଜୟ ସହ ସିନ୍ଧୁଙ୍କୁ କାଂସ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି। ସିନ୍ଧୁ ପ୍ରଥମ ସେଟ୍‌କୁ ମାତ୍ର ୧୬ ମିନିଟ୍‌ରେ ଅତି ସହଜରେ ୨୧-୧୩ରେ ଜିତି ନେଇଥିଲେ। ବିଶ୍ବର ଦୁଇ ନମ୍ବର ମାନ୍ୟତାପ୍ରାପ୍ତ ଖେଳାଳି ୟାମାଗୁଚି ଦ୍ବିତୀୟ ସେଟ୍‌ରେ ପ୍ରତ୍ୟାବର୍ତ୍ତନ କରିଥିଲେ। ଉଭୟଙ୍କ ମଧ୍ୟରେ ମ୍ୟାଚ କଡା ଟକ୍କର ହୋଇଥିଲେ ମଧ୍ୟ ୟାମାଗୁଚି ଶେଷରେ ଦୁଇ ପଏଣ୍ଟ ସହ ମ୍ୟାଚକୁ ୨୧-୧୯ରେ ଜିତି ନେଇଥିଲେ। ତୃତୀୟ ସେଟ୍‌ରେ ୟାମାଗୁଚି ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲେ। ୟାମାଗୁଚି ତୃତୀୟ ସେଟ୍‌କୁ ୨୧-୧୬ରେ ଜିତିବା ସହିତ ଫାଇନାଲରେ ପହଞ୍ଚିଥିଲେ। ଉଭୟଙ୍କ ମଧ୍ୟରେ ମ୍ୟାଚ ୧ ଘଣ୍ଟା ୬ ମିନିଟ୍‌ ଧରି ଖେଳାଯାଇଥିଲା। ସିନ୍ଧୁ ଓ ୟାମାଗୁଚି ଉଭୟେ ୨୨ଥର ପାଇଁ ସାମ୍ନାସାମ୍ନି ହୋଇଥିବାବେଳେ ସିନ୍ଧୁ ୧୩ ଓ ୟାମାଗୁଚି ୯ଥର ବିଜୟ ହାସଲ କରିବା​‌େ​‌ର ସଫଳ ହୋଇଛନ୍ତି। ପୂର୍ବରୁ ୨୦୧୪ ଜିମ୍‌ଚିଅନ ବ୍ୟାଡମିଣ୍ଟନ ଏସିଆନ ଚମ୍ପିଆନସିପ୍‌ରେ କାଂସ୍ୟ ପଦକ ଜିତିଥିଲେ। ସେମିଫାଇନାଲରେ ସିନ୍ଧୁଙ୍କ ପରାଜୟ ସହ ଭାରତର ଏକକ ବର୍ଗ ଅଭିଯାନ ଶେଷ ହୋଇଛି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories