www.samajalive.in
Sunday, December 7, 2025
26.1 C
Bhubaneswar

ବସ୍‌ରେ ଲାଗିଗଲା ନିଆଁ; ଜୀବନ୍ତ ଜଳିଗଲେ କଣ୍ଡକ୍ଟର

ଚଣ୍ଡିଗଡ଼: ପଞ୍ଜାବର ବଠିଣ୍ଡା ବସ୍‌ ଷ୍ଟାଣ୍ଡରେ ବଡ଼ଧରଣର ଅଗ୍ନିକଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଦୁଇଟି ବସ୍‌ ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିବା ବେଳେ ଅଗ୍ନିକାଣ୍ଡରେ ଜଣେ କଣ୍ଡକ୍ଟର ପୋଡ଼ି ହୋଇ ମୃତ୍ୟୁବରଣ କରିଛନ୍ତି । ଘଟଣାସ୍ଥଳରେ ନିଆଁ ଲାଗିବା ପରେ ଅନ୍ୟ ବସ୍‌ ଓ ଗାଡ଼ିଗୁଡ଼ିକୁ ଅନ୍ୟତ୍ର ନିଆଯାଇଥିଲା । ହେଲେ ନିଆଁ ଏତେ ଯେ ଭୟଙ୍କର ଥିଲା ସଙ୍ଗେସଙ୍ଗେ ଦୁଇଟି ବସକୁ ବ୍ୟାପି ଯାଇଥିଲା । ଏନେଇ ପୁଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ବସ୍‌ରେ କିପରି ନିଆଁ ଲାଗିଲା ସେନେଇ ପୁଲିସ ତଦନ୍ତ କରୁଛି । ମୃତ କଣ୍ଡକ୍ଟରଙ୍କ ମୃତଦେହ ପୁଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପ​‌ଠାଇଦେଇଛି ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories