www.samajalive.in
Saturday, December 6, 2025
16.1 C
Bhubaneswar

ଆପଣାକୁ ପର କରେ ଏହି ରୋଗ ! ଜାଣନ୍ତୁ ରୋଗର ଲକ୍ଷଣ ଓ କାରଣ

ମସ୍ତିଷ୍କ ଠିକ୍‍ ଭାବେ ନିଜ କାମ ନକଲେ ପ୍ରଥମ ସମସ୍ୟା ହେବ- ମଣିଷ ପରିବାରବର୍ଗ ଓ ବନ୍ଧୁବାନ୍ଧବ କାହାକୁ ଚିହ୍ନିପାରିବ ନାହିଁ। ନିକଟରେ କରାଯାଇଥିବା ଏକ ଗବେଷଣାରେ ବୈଜ୍ଞାନିକମାନେ ଏପରି ଏକ ରୋଗ ଆବିଷ୍କାର କରିଛନ୍ତି, ଯେଉଁଥିରେ ଆକ୍ରାନ୍ତ ହେଲେ ମଣିଷ ପ୍ରାୟ ସବୁ ଭୁଲିଯାଏ। ମସ୍ତିଷ୍କରେ ଆଘାତ ଲାଗିବା ପରେ ଏହି ରୋଗ ହେବାର ଆଶଙ୍କା ସୃଷ୍ଟି ହୁଏ। ଏହାର ନାମ ଦିଆଯାଇଛି ପ୍ରୋସୋପାଗ୍ନୋସିୟା। ଏଥିରେ ଆକ୍ରାନ୍ତ ଲୋକେ ଆଖି, ନାକ, ମୁହଁକୁ ଭିନ୍ନଭିନ୍ନ ପ୍ରକାରରେ ଦେଖିପାରନ୍ତି, କିନ୍ତୁ କାହାର ମୁହଁ ଭଲଭାବେ ଚିହ୍ନିପାରନ୍ତି ନାହିଁ। କାହାରି ମୁହଁର ଭାବ କିମ୍ବା ମୁଦ୍ରାକୁ ବି ଚିହ୍ନଟ କରିବା ସେମାନଙ୍କ ପକ୍ଷେ କଷ୍ଟକର। ବ୍ରିଟେନ୍‍ରେ ଏହି ରୋଗରେ ଆକ୍ରାନ୍ତ ଡେଭିଡ ନାମକ ବ୍ୟକ୍ତି କହନ୍ତି, ମୁଁ ଘରକୁ ଆସିଲେ ମୋ ପତ୍ନୀଙ୍କୁ ଚିହ୍ନିପାରୁଛି, କିନ୍ତୁ ରାସ୍ତାରେ ସେ ମୋ ପାଖଦେଇ ଚାଲିଗଲେ ମୁଁ ତାଙ୍କୁ ଚିହ୍ନିପାରିବି ନାହିଁ। ଇଂଲଣ୍ଡର ଏସେକ୍ସ ବାସିନ୍ଦା ଡେଭିଡଙ୍କ ଆଖିରେ ଜନ୍ମରୁ ସମସ୍ୟା ରହିଥିଲା। ସେ କିନ୍ତୁ ଏ ସମ୍ପର୍କରେ ଜାଣିପାରିନଥିଲେ। ତାଙ୍କର ରକ୍ତବାହୀ ଧମନୀ ଏବଂ ଶିରା ଅଲଗା ନରହି, ପରସ୍ପର ସହ ଯୋଡି ହୋଇ ରହିଥିଲା। ଫଳରେ ଧୀରେଧୀରେ ଦୃଷ୍ଟିଶକ୍ତି କମିଗଲା ଏବଂ ମସ୍ତିଷ୍କ ପ୍ରଭାବିତ ହୋଇ ପ୍ରୋସୋପାଗ୍ନୋସିୟାରେ ସେ ଆକ୍ରାନ୍ତ ହେଲେ। ୟୁନିଭର୍ସିଟି ଅଫ୍‍ ଇଷ୍ଟ ଲଣ୍ଡନରେ କଗ୍‍ନିଟିଭ ନ୍ୟୁରୋସାଇକୋଲୋଜି ବିଶେଷଜ୍ଞ ଡା. ଅଶୋକ ଜନସାରୀଙ୍କ କହିବାନୁସାରେ, ଆକ୍ୟୁଟ୍‍ ପ୍ରୋସୋପାଗ୍ନୋସିୟା ଖୁବ୍‍ ବିରଳ ରୋଗ। ସେପରି ସ୍ୱତନ୍ତ୍ର ସ୍ଥାନରେ ଆଘାତ ଲାଗିଲେ ହିଁ ଏହା ଆକ୍ରାନ୍ତ କରେ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories