www.samajalive.in
Tuesday, December 9, 2025
26.1 C
Bhubaneswar

କଲ୍ୟାଣସିଂହପୁର ନୋଡାଲ ସେଣ୍ଟରରେ ପରୀକ୍ଷା ଦେବେ ୧୧୮୮ ଜଣ ବିଦ୍ୟାର୍ଥୀ

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ନୋଡାଲ ସେଣ୍ଟର ଅଧୀନରେ ୧୧୮୮ ଜଣ ବିଦ୍ୟାର୍ଥୀ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ଦେବେ ବୋଲି ଜଣାପଡିଛି ।ଏହି ନୋଡାଲ ସେଣ୍ଟର ଅଧିନରେ ୬ ଟି କଲ୍ୟାଣସିଂହପୁର ,  ଶିରିପୁର, ଜଗନ୍ନାଥ ପୁର, ବୁଡ଼ାଗୁଡା, ଶିକରପାଇ ଓ ରିଭଲକୋଣା ଉଚ୍ଚ ବିଦ୍ୟାଳୟ ସେଣ୍ଟରରେ ପରୀକ୍ଷା କରାଯିବ । କଲ୍ୟାଣସିଂହପୁର ସେଣ୍ଟରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଆଚାରି ଶବର ସୁପରିଟେଣ୍ଡର ଭାବେ ରହିଥିବା ବେଳେ ଡେପୁଟି ସୁପରିଟେଣ୍ଡର ଭାବେ ପ୍ରଦୀପ କୁମାର ଦଳେଇ ରହିଛନ୍ତି ।
ଜଗନ୍ନାଥପୁର ବିଦ୍ୟାଳୟରେ ସୁପରିଟେଣ୍ଡର ଭାବେ ଦୀପକ କୁମାର ବେହେରା ରହିଥିବା ବେଳେ ଡେପୁଟି ସୁପରିଟେଣ୍ଡର ଭାବେ କଳ୍ପନା ସୁନାନୀ, ବୁଡ଼ାଗୁଡା ସେବାଶ୍ରମରେ ସୁପରିଟେଣ୍ଡର ଭାବେ ଭାବମୋହନ ଆଚାର୍ଯ୍ୟ ରହିଥିବା ବେଳେ ଡେପୁଟି ସୁପରିଟେଣ୍ଡର ଭାବେ ଭାରତ କଦମ ସେଠି ,ସିକରପାଇ ଉଚ୍ଚ ବିଦ୍ୟାଳୟରେ ସୁପରିଟେଣ୍ଡର ଭାବେ ରଞ୍ଜିତ କୁମାର ଗିରି ଡେପୁଟି ସୁପରିଟେଣ୍ଡର ଭାବେ ସୁଦୀପ କୁମାର ସାହୁ, ତାପସ କୁମାର ଦଳେଇ ରିଭଲକୋଣା ବିଦ୍ୟାଳୟରେ ସୁପରିଟେଣ୍ଡର ଭାବେ ପ୍ରତାପ ଚନ୍ଦ୍ର ସାଉଁଟା ଡେପୁଟି ସୁପରିଟେଣ୍ଡର ଭାବେ ଡମ୍ବରୁଧର ତ୍ରିପାଠୀ ରହିଛନ୍ତି । କଲ୍ୟାଣସିଂହପୁର ନୋଡାଲ ସେଣ୍ଟରେ ପୁଲିସ ସୁରକ୍ଷା ବଳୟରେ  ପ୍ରଶ୍ନପତ୍ର ରଖାଯାଇଛି । ଏହି ପ୍ରଶ୍ନପତ୍ରକୁ ପରୀକ୍ଷାପୂର୍ବରୁ କଡା ସୁରକ୍ଷାରେ ୬ଟି ପରୀକ୍ଷା କେନ୍ଦ୍ରକୁ ମୋନାଜ କୁମାର ସାହୁକାର, ଉମା ଶଙ୍କର ଖରା ପହଞ୍ଚାଇବା ଦାୟିତ୍ୱରେ ରହିଛନ୍ତି ବୋଲି ନୋଡାଲ ସେଣ୍ଟରରୁ ଜଣାପଡିଛି । କଲ୍ୟାଣସିଂହପୁର ସେଣ୍ଟରରେ ୨୪୮, ଶିରିପୁର ୨୨୬,ଜଗନ୍ନାଥପୁର ସେଣ୍ଟରେ ୧୪୬, ବୁଡ଼ାଗୁଡା ସେଣ୍ଟରେ  ୧୬୮,ସିକରପାଇ ସେଣ୍ଟରେ ୨୧୩ ଓ ରିଭଲକୋଣା ସେଣ୍ଟରେ ୨୮୭ ମୋଟ ୧୧୭୨ ଜଣ   ନିୟମିତ ଓ ୧୬ଜଣ ଏକ୍ସ ରେଗୁଲାର ଛାତ୍ରଛାତ୍ରୀ  ମୋଟ ୧୧୮୮ଦଶମ ଶ୍ରେଣୀ ପରୀକ୍ଷା ଦେବେ ବୋଲି ଜଣାପଡିଛି ।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

Related Articles

Popular Categories