www.samajalive.in
Monday, December 15, 2025
16.1 C
Bhubaneswar

ଆରଏମସି କର୍ମଚାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଯାଜପୁର: ଭିଜିଲାନ୍ସ ଜାଲରେ ଆରଏମସି କର୍ମଚାରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‌ ମାର୍କେଟ ସରକାର ଗୟାଧର ସାହୁଙ୍କ ଘରେ ଚଢ଼ାଉ କରୁଛି । ଘର ସମେତ ଏକକାଳୀନ ୪ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରୁଥିବା ବେଳେ ଗୟାଧରଙ୍କ ବେଆଇନ ସମ୍ପତ୍ତି ରହିଛି କି ନାହିଁ ସେନେଇ ତନତନ ଯାଞ୍ଚ କରୁଛି । ଟଉନ୍‌ ଥାନା ସନ୍ଥେଶ୍ୱରପୁର ପୈତୃକ ଘରେ ଚଢ଼ାଉ ଚାଲୁଥିବା ବେଳେ ଦଶରଥପୁରରେ ଥିବା ଦୁଇ ମହଲା ଘର, ରାଉତରାୟପୁରରେ ଥିବା ଦୁଇ ମହଲା ଘର ସହ ଅନ୍ୟ ଗୋଟିଏ ଘରେ ମଧ୍ୟ ଯାଞ୍ଚ କରାଯାଉଥିବା ସୂଚନା ମିଳିଛି । ଯାଜପୁର ଆରଏମସି କାର୍ଯ୍ୟାଳୟରେ ମଧ୍ୟ ଯାଞ୍ଚ କରୁଛି ଭିଜିଲାନ୍ସ ।  ତେବେ ଏଯାଏ ଆରଏମସି କର୍ମଚାରୀଙ୍କ କେତେ ସମ୍ପତ୍ତି ରହିଛି ତାହା ଭିଜିଲାନ୍ସ ସୂଚନା ଦେଇନାହିଁ ।

Hot this week

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

Related Articles

Popular Categories