www.samajalive.in
Sunday, December 14, 2025
19.1 C
Bhubaneswar

ଚଳିତ ଆଇପିଏଲ୍‌ରୁ ଓହରିଯାଅ

ମୁମ୍ବଇ : ଚଳିତ ଆଇପିଏଲ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)ର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଖରାପ ବ୍ୟାଟିଂ ପ୍ରଦର୍ଶନ ଜାରିରହିଛି। କୋହଲି ୯ଟି ମ୍ୟାଚ୍‌ରୁ ମାତ୍ର ୧୨୮ ରନ୍‌ କରିଛନ୍ତି। ଖରାପ ଫର୍ମକୁ ନେଇ ଭାରତୀୟ କ୍ରିକେଟ ଦଳର ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ କୋହଲିଙ୍କୁ ବଡ଼ ପରାମର୍ଶ ଦେଇଛନ୍ତି। କୋହଲି ଆଇପିଏଲ୍‌ରୁ ଓହରିଯାଇ କିଛି ଦିନ ବିଶ୍ରାମ ନେବା ଉଚିତ ବୋଲି ଶାସ୍ତ୍ରୀ କହିଛନ୍ତି। ବିରାଟ କୋହଲି ତାଙ୍କ କ୍ରିକେଟ ଜୀବନର ସବୁଠାରୁ ଖରାପ ସମୟ ଦେଇ ଗତି କରୁଛନ୍ତି। ୭୦ଟି ଆନ୍ତର୍ଜାତିକ ଶତକ ହାସଲ କରିଥିବା କୋହଲି ଅଢ଼େଇ ବର୍ଷ ହେଲା କୌଣସି ଫର୍ମାଟରେ ଶତକ ମାରିନାହାନ୍ତି।
ଏକ ୟୁଟ୍ୟୁବ୍‌ ଚ୍ୟାନେଲ୍‌କୁ ଶାସ୍ତ୍ରୀ କହିଛନ୍ତି, ମୁଁ ଭାବୁଛି ବିରାଟଙ୍କ ପାଇଁ ବିଶ୍ରାମ ସଠିକ୍ ନିଷ୍ପତ୍ତି ହେବ। କାରଣ ସେ ଦୀର୍ଘ ଦିନ ଧରି କ୍ରମାଗତ ଭାବେ କ୍ରିକେଟ ଖେଳୁଛନ୍ତି। ସେ ସମସ୍ତ ଫର୍ମାଟରେ ଭାରତୀୟ ଦଳର ନେତୃତ୍ବ ନେଇଥିଲେ। ତେଣୁ ଏବେ ଆଇପିଏଲ୍‌ରୁ ଓହରିଯାଇ ବିଶ୍ରାମ ନେବା ତାଙ୍କ ପାଇଁ ବୁଦ୍ଧିମାନର ନିଷ୍ପତ୍ତି ହେବ। ବେଳେବେଳେ ତୁମକୁ ସନ୍ତୁଳନ ରଖିବାକୁ ପଡ଼ିଥାଏ। ଚଳିତବର୍ଷ ସେ ଏବେ ଆଇପିଏଲ୍‌ ଖେଳୁଛନ୍ତି। ତାଙ୍କଠାରେ ଆହୁରି ୬-୭ ବର୍ଷର କ୍ରିକେଟ୍‌ ବାକିଅଛି। ଯଦି ତୁମେ ଆନ୍ତର୍ଜାତିକ କ୍ରିକେଟ ଜୀବନକୁ ଦୀର୍ଘ କରିବାକୁ ଚାହଁ; ତେବେ ଆଇପିଏଲ୍‌ରୁ ଓହରିଯାଅ। ତୁମକୁ ଭଲ ପାଉଥିବା ସମସ୍ତଙ୍କ ପାଇଁ ଏପରି କହୁଛି। କ୍ରମାଗତ ୨ଟି ମ୍ୟାଚ୍‌ରେ ପ୍ରଥମ ବଲ୍‌ରେ ଆଉଟ୍‌ ହେବା ପରେ କୋହଲି ରାଜସ୍ଥାନ ରୟାଲ୍‌ସ ବିପକ୍ଷରେ ଇନିଂସ ଓପନ୍‌ କରିଥିଲେ। ହେଲେ ସେ ୯ ରନ୍‌ରେ ଆଉଟ୍‌ ହୋଇଥିଲେ। କୋହଲି ଆଇପିଏଲ୍‌ର ସଫଳତମ ବ୍ୟାଟ୍‌ସମ୍ୟାନ୍। ୨୦୧୬ ଆଇପିଏଲ୍‌ରେ କୋହଲି ୧୬ଟି ମ୍ୟାଚ୍‌ରୁ ୪ଟି ଶତକ ଓ ୭ଟି ଅର୍ଦ୍ଧଶତକ ସହ ୯୭୩ ରନ୍‌ କରିଥିଲେ। ଶାସ୍ତ୍ରୀ ଆହୁରି କହିଛନ୍ତି, କେବଳ ବିରାଟ ନୁହନ୍ତି; ଅନ୍ୟ ଖେଳାଳିଙ୍କୁ ମଧ୍ୟ ଏହା କହିବି ଯେ ତୁମେ ଯଦି ଭାରତ ପାଇଁ ଖେଳି ଭଲ ପ୍ରଦର୍ଶନ କରିବାକୁ ଚାହଁ; ତେବେ ଏକ ରେଖା ଟାଣ ​ଯେ ତୁମେ କେବେ ଖେଳିବାକୁ ଚାହଁ ଏବଂ କେବେ ବିଶ୍ରାମ ଚାହଁ। ଅଫ୍‌ ସିଜିନ୍‌ରେ ହିଁ ବିଶ୍ରାମ ନେବା ଉଚିତ। ହେଲେ ଆଇପିଏଲ୍‌ ଭାରତର ଅଫ୍‌ ସିଜିନ୍‌ରେ ହିଁ ଆୟୋଜନ ହୋଇଥାଏ। ୨୦୧୯ରେ ଭାରତୀୟ ଦଳର ସମସ୍ତ ଫର୍ମାଟର ନେତୃତ୍ବରୁ କୋହଲି ଓହରି ଯାଇଥିଲେ। ଗତ ସପ୍ତାହରେ ମଧ୍ୟ ଶାସ୍ତ୍ରୀ କହିଥିଲେ ଯେ ବିରାଟ ଅତ୍ୟଧିକ କ୍ରିକେଟ୍‌ ଖେଳିଛନ୍ତି ଏବଂ ତାଙ୍କୁ ବିଶ୍ରାମ ଆବଶ୍ୟକ।

ଖୁବ୍‌ ଶୀଘ୍ର କଠିନ ସମୟରୁ ବାହାରିବେ ବିରାଟ : ବାଙ୍ଗର
ପୁଣେ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଫର୍ମକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିରାଟ ଦୀର୍ଘ ଦିନ ହେବ ବ୍ୟାଟିଂରେ ବିଫଳ ହେଉଛନ୍ତି। ଚଳିତ ଆଇପିଏଲରେ କୋହଲି ଶେଷ ୫ଟି ଇନିଂସରେ ୯,୦, ୦, ୧୨ ଓ ୧ରନ କରିଛନ୍ତି। ତଥାପି ସେ ଖୁବଶୀଘ୍ର ଫର୍ମକୁ ଫେରିବେ ବୋଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ମୁଖ୍ୟ ପ୍ରଶିକ୍ଷକ ସଞ୍ଜୟ ବାଙ୍ଗର କହିଛନ୍ତି। ମଙ୍ଗଳବାର ରାଜସ୍ଥାନ ରୟାଲ୍‌ସ ନିକଟରୁ ୨୯ରନରେ ପରାଜିତ ହେବା ପରେ ଆରସିବି ମୁଖ୍ୟ ପ୍ରଶିକ୍ଷକ ବାଙ୍ଗର କହିଛନ୍ତି ​‌େ​‌ଯ, କୋହଲି ଜଣେ ମହାନ କ୍ରିକେଟର। ତାଙ୍କ ଫର୍ମକୁ ନେଇ ଚିନ୍ତିତ ହେବାର କୌଣସି ଆବଶ୍ୟକତା​‌ ନାହିଁ। ସେ ପୂର୍ବରୁ ଏଭଳି ସମୟ ଦେଇ ଗତି କରିଛନ୍ତି। ତାଙ୍କ ଭିତରେ ଆଗ୍ରହ ଅଛି। ଖୁବଶୀଘ୍ର ସେ କଠିନ ସମୟରୁ ବାହାରି ବଡ ଇନିଂସ ଖେଳିବେ। ଆଗକୁ ଆସୁଥିବା ମ୍ୟାଚରେ ଦଳ ବିଜୟରେ ବଡ ଯୋଗଦାନ ଦେବେ ବୋଲି ବାଙ୍ଗର କହିଛନ୍ତି। କୋହଲି କଠିନ ପରିସ୍ଥିତିରୁ ବାହାରିବାରେ ସକ୍ଷମ। ଖେଳ ପ୍ରତି ତାଙ୍କ ମନୋଭାବ ପ୍ରଶଂସନୀୟ। ବିଗତ କିଛି ମ୍ୟାଚରେ ସେ କମ୍‌ ରନ ସ୍କୋର କରିଛନ୍ତି ସତ ; ହେଲେ ମାନସିକ ରୂପ ମଜବୁତ ଅଛି। ଏଣୁ ଖୁବଶୀଘ୍ର ସେ ଭଲ ପ୍ରଦର୍ଶନ କରିବେ ବୋଲି ବାଙ୍ଗର କହିଛନ୍ତି। ଆରସିବିର ପ୍ରଦର୍ଶନକୁ ନେଇ ବାଙ୍ଗର କହିଛନ୍ତି ଯେ, ଓପନିଂରେ ଦଳର ବ୍ୟାଟିଂ ବିଫଳତା ପରାଜୟର ମୁଖ୍ୟ କାରଣ। ଆଗାମୀ ମ୍ୟାଚ ଗୁଡ଼ିକୁ ଦଳ ଦୃଢତାର ସହିତ ପ୍ରତ୍ୟାବର୍ତ୍ତନ କରିବ ବୋଲି ବାଙ୍ଗର ଦୃଢତାର ସହିତ କହିଛନ୍ତି। ସେହିପରି କୋହଲିଙ୍କୁ ଦୃଢ ସମର୍ଥନ କରିଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ଫ୍ଲାଫ ଡୁପ୍ଲେସି। କୋହଲି ପାଖାପାଖି ୩ ବର୍ଷ ହେବ ଅନ୍ତର୍ଜାତୀୟ କ୍ରିକେଟରେ ଶତକ ଅର୍ଜନ କରିନାହାନ୍ତି। ସେ ଦୃଢତାର ସହିତ ପ୍ରତ୍ୟାବର୍ତ୍ତନ କରିବେ। କୋହଲି ଜଣେ ଚମତ୍କାର କ୍ରିକେଟର ବୋଲି ଡୁପ୍ଲେସି କହିଛନ୍ତି। ସୂଚନାଯୋଗ୍ୟ, ରାଜସ୍ଥାନ ରୟାଲ୍‌ସ ବିପକ୍ଷ ମ୍ୟାଚରେ ଖରାପ ଫର୍ମ ଦେଇ ଗତି କରୁଥିବା କୋହଲି ଫାଷ୍ଟ ଡାଉନ ବଦଳରେ ଓପନିଂ କରିବାକୁ ଓହ୍ଲାଇଥିଲେ। ଏଥିରେ ମଧ୍ୟ କୋହଲି ମାତ୍ର ୯ରନ କରି ଆଉଟ୍‌ ହୋଇଥିଲେ। ଚଳିତ ଆଇପିଏଲରେ ଆରସିବି ୯ଟି ମ୍ୟାଚ ଖେଳି ୫ଟି ବିଜୟ ଓ ୪ଟି ପରାଜୟ ବରଣ କରିଛି।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories