ଭିଡିଓ ଭାଇରାଲ କରିଥିବାରୁ ଯୁବକଙ୍କୁ ହତ୍ୟାକରି ପୋଡି ଦେଇଥିବା ଅଭିଯୋଗ
ଭୁବନେଶ୍ୱର: ଅଫିସରେ କାମ କରୁଥିବା ଜଣେ ଯୁବତୀଙ୍କ ସହ ଅନ୍ତରଙ୍ଗ ମୂହୁର୍ତ୍ତକୁ ଭିଡିଓ କରିବା ପରେ ତାକୁ ଭାଇରାଲ କରାଯାଇଥିବାରୁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ବୁଧବାର ସକାଳେ ଭୁବନେଶ୍ୱର କୁଆଖାଇ ନଦୀ ପଠାରୁ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିବା ଯୁବକଙ୍କ ହତ୍ୟା ରହସ୍ୟ ଉପରୁ ଏବେ ପର୍ଦ୍ଦା ଉଠିବାରେ ଲାଗିଛି । ଯୁବକ ଜଣଙ୍କୁ ପ୍ରଥମେ ହାତୁଡିରେ ପିଟି ପରେ ପେଟ ଓ ବେକକୁ ଛୁରି ଭୁଷି ହତ୍ୟା କରିବା ପରେ କୁଆ ଖାଇ ନଦୀ ପଠାରେ ଜାଳି ଦେଇଥିବା ପୁଲିସ ଅନୁମାନ କରିଥିଲା ।
ଏକ ଶିକ୍ଷାନୁଷ୍ଠାନରେ ହତ୍ୟାର ଶିକାର ହୋଇଥିବା ଯୁବକ ଓ ଅନ୍ୟଜଣେ ଯୁବତୀଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା । ଏହି ଅଭିଯୋଗରେ ଯୁବକ ଜଣଙ୍କ ଜେଲ୍ ଯାଇଥିଲେ । ଏହି କାରଣରୁ ହତ୍ୟା କରାଯାଇଛି ବୋଲି ତାଙ୍କ ଭାଇ ଅଭିଯୋଗ କରିଛନ୍ତି ।