www.samajalive.in
Sunday, December 14, 2025
17.1 C
Bhubaneswar

ଭିଡିଓ ଭାଇରାଲ କରିଥିବାରୁ ଯୁବକଙ୍କୁ ହତ୍ୟାକରି ପୋଡି ଦେଇଥିବା ଅଭିଯୋଗ

ଭୁବନେଶ୍ୱର:    ଅଫିସରେ କାମ କରୁଥିବା ଜଣେ ଯୁବତୀଙ୍କ ସହ ଅନ୍ତରଙ୍ଗ ମୂହୁର୍ତ୍ତକୁ ଭିଡିଓ କରିବା ପରେ ତାକୁ ଭାଇରାଲ କରାଯାଇଥିବାରୁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ବୁଧବାର ସକାଳେ ଭୁବନେଶ୍ୱର କୁଆଖାଇ ନଦୀ ପଠାରୁ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଉଦ୍ଧାର  କରାଯାଇଥିବା ଯୁବକଙ୍କ ହତ୍ୟା ରହସ୍ୟ ଉପରୁ ଏବେ ପର୍ଦ୍ଦା ଉଠିବାରେ ଲାଗିଛି । ଯୁବକ ଜଣଙ୍କୁ ପ୍ରଥମେ ହାତୁଡିରେ ପିଟି ପରେ ପେଟ  ଓ ବେକକୁ ଛୁରି ଭୁଷି ହତ୍ୟା କରିବା ପରେ କୁଆ ଖାଇ ନଦୀ ପଠାରେ ଜାଳି ଦେଇଥିବା ପୁଲିସ ଅନୁମାନ କରିଥିଲା ।

ଏକ ଶିକ୍ଷାନୁଷ୍ଠାନରେ ହତ୍ୟାର ଶିକାର ହୋଇଥିବା ଯୁବକ ଓ ଅନ୍ୟଜଣେ ଯୁବତୀଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା । ଏହି ଅଭିଯୋଗରେ ଯୁବକ ଜଣଙ୍କ ଜେଲ୍‌ ଯାଇଥିଲେ । ଏହି କାରଣରୁ ହତ୍ୟା କରାଯାଇଛି  ବୋଲି ତାଙ୍କ ଭାଇ ଅଭିଯୋଗ କରିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories