www.samajalive.in
Monday, December 15, 2025
26.1 C
Bhubaneswar

ବ୍ରଦ୍ମୋସର ସଫଳ ପରୀକ୍ଷଣ

ଜୟପୁର : ରାଜସ୍ତାନର ପୋଖରାନ ପରୀକ୍ଷଣ ରେଂଜରୁ ବ୍ରଦ୍ମୋସ ସୁପରସୋନିକ କ୍ରୁଜ କ୍ଷପଣାସ୍ତ୍ର ଗୁରୁବାର ସଫଳତାର ସହ ପରୀକ୍ଷା କରାଯାଇଛି । ବ୍ରଦ୍ମୋସ କ୍ଷପଣାସ୍ତ୍ର ସଠିକ୍‌ ଭାବେ ଲକ୍ଷ୍ୟକୁ ଭେଦ କରିଥିଲା ବୋଲି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି । ଏହି ସଫଳତା ଭାରତର ସୁରକ୍ଷାକୁ ଅଧିକ ମଜଭୁତ କରିଛି ବୋଲି ସେ କହିଛନ୍ତି । ୩ ମାସ ପୂର୍ବେ ଭାରତୀୟ ବାୟୁ ସେନାର ସୁଖୋଇ-୩୦ ଏମ୍‌କେଆଇ ଯୁଦ୍ଧ ବିମାନରୁ ପ୍ରଥମ ଥର ବ୍ରହ୍ମୋସ କ୍ରୁଜ୍‌ କ୍ଷପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷା କରାଯାଇଥିଲା । ସୀତାରମଣ ଟ୍ୱିଟ୍‌ କରି କହିଛନ୍ତି ଯେ ଗୁରୁବାର ସକାଳ ୮ଟା ୪୨ରେ ରାଜସ୍ଥାନର ପୋଖରାନ ପରୀକ୍ଷଣ ଘାଟିରୁ ବ୍ରହ୍ମୋସ ସୁପରସୋନିକ କ୍ରୁଜ୍‌ କ୍ଷପଣାସ୍ତ୍ର ସଫଳତାର ସହ ପରୀକ୍ଷା କରାଯାଇଛି । ଏହି କ୍ଷପଣାସ୍ତ୍ର ନିର୍ଦ୍ଧାରିତ ପଥରେ ଯାଇ ସଠିକ୍‌ ଭାବେ ଲକ୍ଷ୍ୟ ଭେଦ କରିଥିଲା । ଭାରତ ଓ ରୁଷ ଦ୍ୱାରା ମିଳିତ ଭାବେ ନିର୍ମିତ ବଦ୍ମୋସ କ୍ଷପଣାସ୍ତ୍ରର ଲକ୍ଷ୍ୟ ଭେଦ କ୍ଷମତାକୁ ୪୦୦ କିଲୋମିଟର ଦୂର ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ । ଗତ ବର୍ଷ ଭାରତ ମିଶାଇଲ ଟେକ୍ନୋଲୋଜି କଣ୍ଟ୍ରୋଲ ରେଜିମ (ଏମ୍‌ଟିସିଆର)ର ପୂର୍ଣ୍ଣ ସଦସ୍ୟତା ଲାଭ କରିଛି । ଫଳରେ ଏହା ସହାୟତରେ ଭାରତ କ୍ଷପଣାସ୍ତ୍ର ବିକଶିତ କାର୍ଯ୍ୟକ୍ରମକୁ ଅଧିକ ମଜଭୁତ କରିପାରି ବୋଲି ଆଶା କରାଯାଉଛି । ପ୍ରକାଶ ଯେ ଭାରତର ପ୍ରତିରକ୍ଷା ଗବେଷଣା ବିକାଶ ପ୍ରତିଷ୍ଠାନ (ଡିଆରଡିଓ) ଏବଂ ରୁଷର ଏନ୍‌ପିଓ ମିଳିତ ଭାବେ ବ୍ରଦ୍ମୋସ କ୍ଷପଣାସ୍ତ୍ରକୁ ବିକଶିତ କରିଛନ୍ତି ।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories