nua o banner

ସୁକ୍‌ମାରୁ ୧୫ ମାଓବାଦୀ ଗିରଫ

BSKY banner  750×100
0

ରାୟପୁର : ଛତିଶଗଡ଼ର ମାଓପ୍ରବଣ ସୁକ୍‌ମା ଜିଲାର ପୃଥକ ସ୍ଥାନରୁ ୧୫ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି । ଗିରଫ ମାଓବାଦୀଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୁଣ୍ଡରେ ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ ପ୍ରକାଶ କରିଛନ୍ତି ଯେ ସୁକ୍‌ମା ଜିଲାରେ ଏକ ଆଇଇଡି ବିସ୍ଫୋରଣରେ କେନ୍ଦ୍ରୀୟ ରିଜର୍ଭ ପୁଲିସ୍‌ ବଳ (ସିଆରପିଏଫ)ର ୯ ଯବାନ ସହିଦ ହେବାର ପ୍ରାୟ ୮ ଦିନ ପରେ ଏହି ମାଓବାଦୀଙ୍କୁ ଗିରଫ କରାଯାଇଛି । ତେଣୁ ଏହି ଗିରଫଦାରୀକୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି । ଗିରଫ ମାଓବାଦୀମାନେ ଗତ ସପ୍ତାହରେ ପୁଲିସ୍‌ ଉପରେ ହୋଇଥିବା ଆକ୍ରମଣରେ ସାମିଲ ଥିଲେ । ଏଏସ୍‌ପି ସୁନ୍ଦରରାଜ କହିଛନ୍ତି ଯେ ତଲାସୀ ସମୟରେ ୨ ମହିଳାଙ୍କ ସମେତ ୧୫ ବିଚ୍ଛିନ୍ନତାବାଦୀଙ୍କୁ ଗିରଫ କରାଯାଇଛି । ଏହି ମିଳିତ ଅଭିଯାନରେ ଏସ୍‌ଟିଏଫ, ଜିଲା ରିଜର୍ଭ ଗାର୍ଡ଼ (ଡିଆରଜି), ଜିଲା ବିଶେଷ ବଳ (ଡିଏଏଫ) ଏବଂ ସିଆରିପିଏଫ ଯବାନ ସାମିଲ ହୋଇଥିଲେ । ଗିରଫ ମାଓବାଦୀ ସୋଧି ପୋଜା (୪୨) ମୁଣ୍ଡରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ସେ ଦଣ୍ଡକାରଣ୍ୟ ଆଦିବାସୀ କିଷାନ ମଜଦୁର ସଂଗଠନର ସଭାପତି ଅଛନ୍ତି । ଗିରଫ ମହିଳା ମାଓବାଦୀ ରୱା କୋସି (୨୨) ଏବଂ ହେମଲା ହୁଙ୍ଗି (୩୨) ମାଓବାଦୀଙ୍କ ଚିକିତ୍ସକ ଦଳର ସଦସ୍ୟ ଅଟନ୍ତି।

Leave A Reply