ରଥ ଟାଣିବା ବେଳେ ଅଘଟଣ; ୨ ଶିଶୁଙ୍କ ସହ ମୋଟ୍ ୧୦ ଜଣଙ୍କ ମୃତ୍ୟୁ
ଚେନ୍ନାଇ: ତାମିଲନାଡ଼ୁର ତାଞ୍ଜାବୁର ସ୍ଥିତ ଏକ ମନ୍ଦିରରେ ଉତ୍ସବ ଚାଲିଥିବା ବେଳେ ବଡ଼ ଧରଣର ଅଘଟଣ ଘଟିଛି । ବିଦ୍ୟୁତ୍ ସଂସ୍ପର୍ଶରେ ଆସିବା ଫଳରେ ୨ଜଣ ଶିଶୁଙ୍କ ସମେତ ୧୦ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ତାଞ୍ଜାବୁର ଜିଲ୍ଲା କାଲିମେଣ୍ଡୁ ସହରର ଏକ ମନ୍ଦିରରେ ଉତ୍ସବ ଥିବାରୁ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଭଗବାନ ଆୟପ୍ପାଙ୍କ ୯୪ତମ ମହୋତ୍ସବ ଥିବାରୁ ରଥଟଣାର କାର୍ଯ୍ୟକ୍ରମ ରହିଥିଲା । ସେହି ଶୋଭାଯାତ୍ରାରେ ପ୍ରବଳ ଭକ୍ତଙ୍କ ଗହଳି ଯୋଗୁ ଦୁର୍ଭାଗ୍ୟ ବସତଃ ବିଦ୍ୟୁତ୍ ତାର ଛିଡି ଲୋକଙ୍କ ଉପରେ ପଡ଼ିଥିଲା । ଫଳରେ ଘଟଣାସ୍ଥଳରେ ହିଁ ୨ଜଣ ଶିଶୁଙ୍କ ସହ ମୋଟ୍ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ୧୫ ଜଣ ମଧ୍ୟ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
Comments are closed.