ସମ୍ବଲପୁର ରେଳ ମଣ୍ଡଳରେ ଯାତ୍ରୀବାହୀ ରହଣି ଷ୍ଟେସନ ବୃଦ୍ଧି

ସମ୍ବଲପୁ  – ପୂର୍ବତଟ ରେଳବାଇ ଅର୍ନ୍ତଗତ ସମ୍ବଲପୁର ରେଳ ମଣ୍ଡଳ ଦେଇ ଚଳାଚଳ କରୁଥିବା ବିଭିନ୍ନ ଯାତ୍ରୀବାହୀ ରେଳଗାଡି ଗୁଡିକ ବିଭିନ୍ନ ଷ୍ଟେସନ ଗୁଡିକରେ ରହଣି କରିବ । ରେଳବାଇ ପକ୍ଷରୁ ଜାରି ସୂଚନାନୁଯାୟୀ, ରେଳ ସଂଖ୍ୟା ୧୮୪୪୭/୧୮୪୪୮ ଭୁବନେଶ୍ୱର – ଜଗଦଲପୁର – ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ ଆସନ୍ତା ୨୭ ଏପ୍ରିଲରେ ଭୁବନେଶ୍ୱର ରୁ ଏବଂ ଜଗଦଲପୁରରୁ ଏପ୍ରିଲ ୨୬ ତାରିଖରୁ ଚଳାଚଳ ସମୟରେ ଲକ୍ଷ୍ମୀପୁର ରୋଡ ଷ୍ଟେସନରେ ରହଣି କରିବ । ଭୁବନେଶ୍ୱର ପଟରୁ ଯାତ୍ରା ସମୟରେ ଲକ୍ଷ୍ମୀପୁର ରୋଡ ଷ୍ଟେସନରେ ଏହା ସକାଳ ୭ ଘଣ୍ଟା ୧୦ ମିନିଟରେ ପହୁଞ୍ôଚ ଦୁଇ ମିନିଟ ରହଣି ପରେ ୭ ଘଣ୍ଟା ୧୨ ମିନିଟରେ ଛାଡିବ । ସେହିଭଳି ଜଗଦଲପୁରରୁ ଭୁବନେଶ୍ୱର ଆସିବା ସମୟରେ ଏହା ସନ୍ଧ୍ୟା ୮ ଘଣ୍ଟା ୩୦ ମିନିଟରେ ଲକ୍ଷ୍ମୀପୁର ରୋଡ ଷ୍ଟେସନରେ ପହୁଞ୍ôଚ ୮ ଘଣ୍ଟା ୩୨ ମିନିଟରେ ଛାଡିବ ।

prayash

ସେହିଭଳି ରେଳଗାଡି ସଂଖ୍ୟା ୧୮୦୦୫/୧୮୦୦୬ ହାୱଡା – ଜଗଦଲପୁର – ହାୱଡା ସମ୍ବଲେଶ୍ୱରୀ ଏକ୍ସପ୍ରେସ ହାୱଡା ରୁ ୨୬ ଏପ୍ରିଲ ରୁ ଏବଂ ଜଗଦଲପୁରରୁ ୨୭ ଏପ୍ରିଲରୁ ଲକ୍ଷ୍ମୀପୁର ରୋଡ ଷ୍ଟେସନ ଠାରେ ରହଣି କରିବ । ହାୱଡା ପଟରୁ ଆସିବା ସମୟରେ ଅପରାହ୍ନ ୫ ଘଣ୍ଟା ୪୦ ମିନିଟରେ ପହୁଞ୍ôଚ ୨ ମିନିଟ ରହଣି କରି ୫ ଘଣ୍ଟା ୪୨ ମିନିଟରେ ଲକ୍ଷ୍ମୀପୁର ରୋଡ ଷ୍ଟେସନ ଛାଡିବ । ସେହିଭଳି ଜଗଦଲପୁର ପଟରୁ ଆସିବା ସମୟରେ ସକାଳ ୮ ଘଣ୍ଟା ୫୦ ମିନିଟରେ ପହୁଞ୍ôଚ ୮ ଘଣ୍ଟା ୫୨ ମିନିଟରେ ଛାଡିବ । ସେହିଭଳି ରେଳଗାଡି ସଂଖ୍ୟା ୧୮୧୦୭/୧୮୧୦୮ ରାଉରକେଲା – ଜଗଦଲପୁର – ରାଉରକେଲା ଏକ୍ସପ୍ରେସ ରାଉରକେଲାରୁ ୨୭ ଏପ୍ରିଲ ଏବଂ ଜଗଦଲପୁରରୁ ୨୬ ଏପ୍ରିଲ ଠାରୁ ଆସିବା ସମୟରେ ଲକ୍ଷ୍ମୀପୁର ରୋଡ ଷ୍ଟେସନରେ ରହଣି କରିବ । ଉଭୟ ଦିଗରୁ ଏହି ଏକ୍ସପ୍ରେସ ଚଳାଚଳ କରିବା ସମୟରେ ଯଥାକ୍ରମେ ସକାଳ ୫ ଘଣ୍ଟା ୨୪ ମିନିଟରେ ପହୁଞ୍ôଚ ୨ ମିନିଟ ରହଣି କରି ସକାଳ ୫ ଘଣ୍ଟା ୨୬ ମିନିଟ ଏବଂ ସନ୍ଧ୍ୟା ୬ ଘଣ୍ଟା ୧୦ ମିନିଟରେ ପହୁଞ୍ôଚ ୬ ଘଣ୍ଟା ୧୨ ମିନିଟରେ ଛାଡିବ ।

ରେଳଗାଡି ସଂଖ୍ୟା ୧୮୫୧୪/୧୮୫୧୩ ବିଶାଖାପଟନମ – କିରାଣ୍ଡୁଲ – ବିଶାଖାପଟନମ ଏକ୍ସପ୍ରେସ ରେଳ ଉଭୟ ଦିଗରୁ ଏପ୍ରିଲ ୨୭ ତାରିଖରୁ ବାଚେଲି ଷ୍ଟେସନରେ ରହଣି କରିବ । ବିଶାଖାପଟନମରୁ ଆସିବା ସମୟରେ ସକାଳ ୮ ଘଣ୍ଟା ୧୮ ମିନିଟରେ ପହୁଞ୍ôଚ ୨ ମିନିଟ ରହଣି କରି ସକାଳ ୮ ଘଣ୍ଟା ୨୦ ମିନିଟରେ ଛାଡିବ । ସେହିଭଳି କିରାଣ୍ଡୁଲରୁ ଆସିବା ସମୟରେ ଅପରାହ୍ନ ୩ ଘଣ୍ଟା ୧୫ ମିନିଟରେ ବାଚେଲି ଷ୍ଟେସନ ପହୁଞ୍ôଚ ୨ ମିନିଟ ରହଣି କରି ୩ ଘଣ୍ଟା ୧୭ ମିନିଟରେ ଛାଡିବ ବୋଲି ରେଳବାଇ ପକ୍ଷରୁ ଜାରି ସୂଚନାରେ କୁହାଯାଇଛି ।

kalyan agarbati

Comments are closed.