ରାତିରେ ଚାରା ଉତ୍ପାଦନ କେନ୍ଦ୍ରକୁ ପଶି ଆସିଲେ ହାତୀ – ଦଳି ଚକଟି ନଷ୍ଟ କରିଦେଲେ
ଲାଞ୍ଜିଗଡ଼- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳର ଅଞ୍ଚଳରେ ଦୀର୍ଘଦିନ ହେଲା ଜଙ୍ଗଲି ହାତୀଙ୍କ ଉପଦ୍ରବ ବୃଦ୍ଧି ପାଇଥିବା ବେଳେ ଗତ ବିଳମ୍ବିତ ରାତିରେ ଏକ ହାତୀପଲ ଲାଞ୍ଜିଗଡ଼ ବନ ବିଭାଗର ଅଧୀନରେ ଥିବା ଚାରା ପ୍ରସ୍ତୁତି କେନ୍ଦ୍ର(ନର୍ସରି)କୁ ଆସି ଅନେକ ଚାରା ଦଳି ଚକଟି ନଷ୍ଟ କରିଛନ୍ତି। ଏହି ହାତୀପଲ ମୂଷାନାଳ ସେକ୍ସନ ବନ୍ଧପାରି ବିଟ୍ ବୋରି ଜଙ୍ଗଲ ଦେଇ ଗତ ବିଳମ୍ବିତ ରାତିରେ ଲାଞ୍ଜିଗଡ଼ ବନ ବିଭାଗ ଦ୍ଵାରା କରାଯାଇଥିବା ଚାରା ପ୍ରସ୍ତୁତି କେନ୍ଦ୍ର ଆସି ଶାଗୁଆନ, ବାଉଁଶ, କାଜୁ,ପଣସ,ଆମ୍ବ, ଜଙ୍ଗଲ ଭାଳିଆ, ବାହାଡ଼ା, ଚାକୁଣ୍ଡା, ତେନ୍ତୁଳି, ଶିଶୁଆ, ଜାମୁ କୁଳି, ନୀଳଗିରି,କରଞ୍ଜ ଆଦି ଚାରାକୁ ମାଡି ଚକଟି ନଷ୍ଟ କରିବା ସହିତ ନର୍ସରି ବାଡକୁ ମଧ୍ୟ ଭାଙ୍ଗି ଦେଇଥିଲେ।
ଏହାପରେ ଏହି ହାତୀପଲ ଲାଞ୍ଜିଗଡ ଗୋଇପିଟା ଗାଁ ଦେଇ ରାହୁଲ ଝିମିରି ଜଙ୍ଗଲକୁ ଯାଇଥିବା ଲାଞ୍ଜିଗଡ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।ହାତୀପଲର ଗତିବିଧି ଉପରେ ନଜର ରଖାଯାଇଥିବା ବନଖଣ୍ଡ ଅଧକାରୀ ସୂଚନା ଦେଇଛନ୍ତି ।
Comments are closed.